Advertisment

ଗାଁରେ ହାତୀ ଆତଙ୍କ, ଘର ଉପରେ ରାତି କାଟିଲେ ଲୋକେ

ହାତୀ ଯୋଗୁଁ ଅତିଷ୍ଠ ହୋଇପଡ଼ିଛନ୍ତି ଗାଁ ଲୋକ। ଦନ୍ତାହାତୀଟି ଲୋକଙ୍କ ନିଦ ହଜେଇ ଦେଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
village people

village people

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତାହାତୀର ଉତ୍ପାତ। ଦେଓଗାଁ, ଶୁଣ୍ଢୀକୋଣ, କୁଲ ସାହି, ସିଂ ଟୋଲା ଅଞ୍ଚଳରେ ଘର ଭାଙ୍ଗିବା ସହିତ ଆସବା ପାତ୍ର ନଷ୍ଟ କରିଥିବା ଅଭିଯୋଗ। ହାତୀ ଯୋଗୁଁ ଅତିଷ୍ଠ ହେଲେଣି ଗାଁ ଲୋକ। ଦନ୍ତାହାତୀଟି ଲୋକଙ୍କ ନିଦ ହଜେଇ ଦେଇଛି। ହାତୀ ଭୟରେ ଗାଁର କିଛି ଲୋକ ଘର ଉପରେ ରାତି କାଟୁଛନ୍ତି।

Advertisment

ପୂର୍ବରୁ ଗୋଟିଏ ଦନ୍ତାହାତୀ ଏପରି ଉତ୍ପାତ ଚାଲଇ ଥିବା ବେଳେ ବନ ବିଭାଗ ଉକ୍ତ ହାତୀକୁ ଦେବଗଡ଼ରେ ଛାଡ଼ି ଥିଲା। ହେଲେ ପୁଣି ଏକ ନୂଆ ଗୋଠଛଡ଼ା ହାତୀ ବଣାଇ ଗାଁକୁ ପଶିଆସିଛି। ଏନେଇ ଲୋକମାନେ ବନବିଭାଗକୁ ଜଣାଇଥିଲେ। ପ୍ରତ୍ୟେକ ଦିନ ରାତିରେ ବନ ବିଭାଗ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛି। ହେଲେ ହାତୀଟି ଲୁଚକାଳି ଖେଳିଲା ପରି ନାକେଦମ କରିଛି।

Elephant Attack