Advertisment

୪ ଦିନରେ ନେଲା ଚାରି ଜୀବନ; ଦନ୍ତାକୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ

ଏହି ହାତୀଟି ପଶ୍ଚିମବଙ୍ଗ ପଟରୁ ଗୋଠଛଡା ହୋଇ ମୟୂରଭଞ୍ଜ ଜିଲ୍ଲା ସୀମା ଭିତରକୁ ଗତ ସୋମବାର ପଶି ଆସିଥିଲା।

author-image
Tapaswini Nayak
Elephant

Elephant

୪ ଦିନ ଧରି ବାରିପଦା ବନାଞ୍ଚଳରେ ଆତଙ୍କ ଖେଳାଉଥିଲା ନରହନ୍ତା ହାତୀ। ୪ ଜଣଙ୍କୁ ଦଳି ଜୀବନ ନେଇଥିବା ବେଳେ ବହୁ ଲୋକଙ୍କୁ କରିଛି ଆକ୍ରମଣ। ଏଥିସହ ବହୁ ଘରଦ୍ୱାର ଭାଙ୍ଗି ଲୋକଙ୍କୁ ବେସାହାରା କରିଥିବା ବେଳେ ଫସଲ ଖାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି। ହାତୀଟି ଭୟରେ ଘରୁ ବାହାରୁ ନଥିଲେ ଅଞ୍ଚଳବାସୀ। ହାତୀଟିକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଥିଲା ବନ ବିଭାଗ। ଶେଷରେ ଗତକାଲି ରାତିରେ ହାତୀଟିକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନ ବିଭାଗ।

Advertisment

ବାରିପଦା ବନାଞ୍ଚଳର ବୁଢିଖମାରୀ ସଂରକ୍ଷିତ ଜଙ୍ଗଲରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ ଜେସିବି ସାହାଯ୍ୟରେ ବାହାରକୁ ଅଣା ଯାଇଥିଲା। ଏହି ହାତୀଟିକୁ କପିଳାସ ସ୍ଥିତ ବନ୍ୟ ଜନ୍ତୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି।

ଏହି ହାତୀଟି ପଶ୍ଚିମବଙ୍ଗ ପଟରୁ ଗୋଠଛଡା ହୋଇ ମୟୂରଭଞ୍ଜ ଜିଲ୍ଲା ସୀମା ଭିତରକୁ ଗତ ସୋମବାର ପଶି ଆସିଥିଲା। ଉକ୍ତ ହାତୀଟି ଚାରିଦିନ ଧରି ବାରିପଦା ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା।ଏହି ନରହନ୍ତା ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଥିଲେ। ଏଥିସହ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ମଧ୍ୟ ନଷ୍ଟ କରିଥିଲା ଏହି ନରହନ୍ତା ହାତୀ। ଶେଷରେ ବନ ବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି।

Advertisment
Elephant Attack Baripada