Hati
୩ ମାସ ହେଲା ଉତ୍ପାତ ମଚାଇଥିଲା ଗୋଠ ଛଡା ଦନ୍ତା ହାତୀ । ଗାଁ ଗାଁରେ ପଶି ଘର ଭାଙ୍ଗିବା ସହିତ ଧନଜୀବନ ନଷ୍ଟ କରୁଥିଲା। ହାତୀ ଗାଁରେ ପଶିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଥିଲା। ପ୍ରାୟ ୩ ମାସ କାଳ ହାତୀଟି ଏପରି ଉତ୍ପାତ ଚଳାଇଥିବା ବେଳେ ଶେଷରେ ତାହାକୁ ଟ୍ରାଙ୍କୁଲାଇଜ କରାଯାଇଛି। ଟ୍ରାଙ୍କୁଲାଇଜ ପରେ ଦନ୍ତା ଦେହରେ ରେଡିଓ କଲାର ଲଗାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ହାତୀଟିକୁ ଟ୍ରଙ୍କୁଳାଇଜାର କରିବା ଲାଗି ଅଞ୍ଚଳବାସୀ ବଣାଇ ଡିଏଫଓଙ୍କ ନିକଟରେ ଆବେଦନ କରିଥିଲେ। ଏନେଇ ଅନୁମତି ମିଳିବା ପରେ ଗତ ରାତିରେ ଆରମ୍ଭ ହୋଇଥିଲା ଗଜରାଜ ଟ୍ରାଙ୍କୁଲାଇଜ ଅପରେସନ ।
ଗତକାଲି ଅପରାହ୍ନ ୪ଟାରୁ ଏକ ସ୍ୱତନ୍ତ୍ର ଟିମ୍ ଜଙ୍ଗଲରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ଏହାପରେ ସେମାନେ ଲଗାତର ଭାବେ ହାତୀକୁ ଟ୍ରାକ୍ କରୁଥିବା ବେଳେ ରାତି ପ୍ରାୟ ୧୨ଟା ବେଳକୁ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ହାତୀ ଗତିବିଧି ଉପରେ ନଜର ରଖିବାକୁ ତା’ ଶରୀରରେ ରେଡିଓକଲାର ଲଗାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ହାତୀକୁ ଟ୍ରାଙ୍କୁଲାଇଜ କରିବା ନିମନ୍ତେ ବଣାଇ ଡିଫଓ ଲଳିତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠିତ ହୋଇଥିଲା। ବଣାଇ ଏସିଏଫ ଜଗନ୍ନାଥ ପ୍ରସାଦ ବିଶୋଇ, ବଣାଇ ଡିଭିଜନର ସମସ୍ତ ରେଞ୍ଜର, ଫରେଷ୍ଟର, ଗାର୍ଡ,ଏଲିଫଣ୍ଟ ସ୍କ୍ୱାର୍ଡ, ବାରିପଦାଶିମିଳିପାଳର ଷ୍ଟାଫ ସହିତ ସ୍ୱତନ୍ତ୍ର ଡାକ୍ତର, ଟ୍ରଙ୍କୁଳାଇଜାର ଟିମ୍ ଏଥିରେ ନିୟୋଜିତ ହୋଇଥିଲେ। ତେବେ ହାତୀଟିକୁ ପୁନର୍ବାର ଜଙ୍ଗଲରେ ଛଡ଼ା ଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
