Advertisment

ଦେଖିଦେଲେ ଲୋକ ଗହଳି; ନଦୀ ମଝିରେ ଅଟକିଗଲେ ହାତୀ ପଲ

ନଦୀ ପାର ହେଉଥିବା ବେଳେ ମଝି ନଦୀରେ ଫସି ଅଟକିଛନ୍ତି ୧୨ ଟିକିଆ ହାତୀ ପଲ। ନା ଏ କୂଳକୁ ଆସି ପାରୁଛନ୍ତି ନା ଆଗକୁ ଯାଉଛନ୍ତି।

Elephant

Elephant

Advertisment

ନଦୀ ପାର ହେଉଥିବା ବେଳେ ମଝି ନଦୀରେ ଫସି ଅଟକିଛନ୍ତି ୧୨ ଟିକିଆ ହାତୀ ପଲ। ନା ଏ କୂଳକୁ ଆସି ପାରୁଛନ୍ତି ନା ଆଗକୁ ଯାଉଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ର ମାଣିକପୁର ଗାଁ ନିକଟ ତେଲନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନଦୀ ପାର ହେଉଥିବାବେଳେ ଗହଳି ଦେଖି ନଦୀ ମଝିରେ ଅଟକି ଯାଇଛନ୍ତି ହାତୀ ପଲ l

Advertisment

ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ଏହି ୧୨ଟିକିଆ ହାତୀ ପଲ ଆଜି ସକାଳେ ତେଲନଦୀ ପାର ହେଉଥିଲେ। ମାତ୍ର ଉକ୍ତ ସମୟରେ ଅଧିକ ଲୋକ ଗହଳି ଦେଖି ହାତୀ ପଲ ମଝି ନଦୀରେ ଅଟକି ଯାଇଛନ୍ତି। ନଦୀ ପାର୍‌ ହେବାକୁ ସେମାନେ ଆଉ ଆଗକୁ ବଢ଼ୁ ନାହାନ୍ତି।

ଖବର ପାଇ କଣ୍ଟାମାଲ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ସୁରକ୍ଷିତ ଭାବେ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି l ଖୁବ୍‌ ଶୀଘ୍ର ହାତୀ ପଲ ନଦୀ ପାର୍‌ ହେବେ, ଏଥିପାଇଁ ଉଦ୍ୟମ ଜାରି ରହିଥିବା ରେଞ୍ଜର କହିଛନ୍ତି।

Advertisment
Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe