ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଅଣ୍ଡିରା ହାତୀ ଖାରସେଲର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଓ ରୋଗ ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ହୀରାକୁଦ ବନ୍ୟପ୍ରାଣୀ ଉପଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ହାତୀ ଖାରସେଲକୁ ୬୫ ବର୍ଷ ହୋଇଥିଲା ।
୧୯୯୮ ମସିହାରେ ଖରସେଲକୁ ଉଦ୍ଧାର କରାଯାଇଥିଲା। ପରେ ତାକୁ ଡେବ୍ରିଗଡ଼ ଅଭୟାରଣ୍ୟରେ ରଖାଯାଇଥିଲା।କିଛି ଦିନ ହେବ ସେ ଅସୁସ୍ଥ ହୋଇପଡ଼ିଥିଲା। ତାର ଚିକିତ୍ସା କରାଯାଉଥିଲା। ଗତକାଲି ସନ୍ଧ୍ୟାରେ ଖାରସେଲରର ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ୨ ଦିନ ତଳେ ଭୁବନେଶ୍ୱର ସ୍ଥିତ ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ହୋଇଥିଲା।