Advertisment

୧୧ ଯାତ୍ରା କଳାକାରଙ୍କୁ ଝାଡ଼ାବାନ୍ତି, ଡାକ୍ତରଖାନାରେ ଭର୍ତ୍ତି

ରଜ ଅବସରରେ ଯାତ୍ରା ପରିବେଷଣ କରିବାକୁ ଆସିଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Jatra Kalakar

Jatra Kalakar

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସାଇଶ୍ରୀ ଅପେରା ପାର୍ଟିର ନାୟକ ଓ ନାୟିକାଙ୍କ ସମେତ ୧୧ ଜଣ କଳାକାର।

Advertisment

ରଜ ଉପଲକ୍ଷେ ଧୋବଶିଳାରେ ଯାତ୍ରା ପଡ଼ିଛି। ସାଇଶ୍ରୀ ଅପେରା ପାର୍ଟି ଏଠାକୁ ଯାତ୍ରା କରିବାକୁ ଆସିଥିବା ବେଳେ ଗତକାଲି ରାତିରେ ଯାତ୍ରା ପରିବେଷଣ ପୂର୍ବରୁ ଜଣେ ପରେ ଜଣେ ୧୦ରୁ ଅଧିକ କଳାକାର ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଯେଉଁମାନଙ୍କ ଅବସ୍ଥା ଗୁରୁତର ଥିଲା, ସେମାନେ ଅଭିନୟ କରି ନଥିଲେ। ଅନ୍ୟମାନେ ଅଭିନୟ କରିଥିଲେ। କିନ୍ତୁ ଆଜି ସକାଳକୁ ଅବସ୍ଥା ଅସମ୍ଭାଳ ହୋଇଗଲା। ଫଳରେ ୧୧ ଜଣ କଳାକାରଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚନ୍ଦନ ସେଠୀ ନାମକ ଜଣେ କଳାକାର କହିଛନ୍ତି, ରଜ ଅବସରରେ ଯାତ୍ରା କରିବାକୁ ଆମେ ଧୋବଶିଳାକୁ ଆସିଥିଲୁ। ଗତକାଲି ସକାଳେ ପଖାଳ ଖାଇଥିଲୁ। ସବୁ ଠିକ୍‌ଠାକ୍ ଥିଲା। ଦ୍ୱିପହରରେ ଭାତ ଖାଇ ସାରିବା ପରେ ଧୀରେ ଧୀରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇପଡ଼ିଲେ। କାହାର ପେଟ ବିନ୍ଧିଲା, କାହାକୁ ଝାଡ଼ା ହେଲା ତ କାହାକୁ ବାନ୍ତି ହେଲା। ଯେଉଁମାନଙ୍କ ଅବସ୍ଥା ଗୁରୁତର ଥିଲା ସେମାନେ କାଲି ଯାତ୍ରା ପରିବେଷଣ କରିବାକୁ ଯାଇ ନଥିଲେ। ଆମେ ତିନି/ଚାରି ଜଣ ରୁମ୍‌ରେ ରହିଯାଇଥିଲୁ। ଆଜି ସକାଳୁ ସମସ୍ତେ ଡାକ୍ତରଖାନା ଆସିଛୁ।

Advertisment

କେଉଁ କାରଣରୁ ଏତେ ସଂଖ୍ୟକ ଲୋକଙ୍କୁ ଝାଡ଼ାବାନ୍ତ ହେଲା, ତାହା ଜଣାପଡ଼ିନି। ତେବେ ସେମାନେ ଗ୍ରହଣ କରିଥିବା ଖାଦ୍ୟ କିମ୍ବା ପିଇଥିବା ପାଣି ଦୂଷିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Diarrhea