Advertisment

ବିଲ ମଝିରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର

ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
Emergency landing

Emergency landing

Advertisment

ହଠାତ୍ ବିଲ ମଝିରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର। ଯାହାକୁ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ।

Advertisment

ଆଜି ରାସଗୋବିନ୍ଦପୁର ବ୍ଲକର ଗାଁଅମର୍ଦ୍ଦା ବିଲରେ ହଠାତ୍ ନୌସେନା ହେଲିକପ୍ଟରଟି ଅବତରଣ କରିଥିଲା। ପାଖାପାଖି ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଥିଲା। ହେଲିକପ୍ଟରଟି ଅବତରଣ କରିବା ପରେ ଆଖପାଖ ଲୋକେ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ତେବେ ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ। ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିବା ଜଣାଯାଇଛି।

ନୌସେନାର ହେଲିକପ୍ଟର ଜରୁରୀକାଳୀନ ଅବତରଣ ନେଇ ମୟୂରଭଞ୍ଜ ଏସପି କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁ ନୌସେନା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିଲା। ପରେ ହେଲିକପ୍ଟରଟି ପୁଣି ଉଡ଼ାଣ ଭରିଥିଲା।

Advertisment
Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe