ସାର୍ଟିଫିକେଟ୍ ପୋଡ଼ିଦେଲେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ

ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ନିଯୁକ୍ତି ଦାବିରେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ। ହେଲେ ସନ୍ତୋଷ ଜନକ ଉତ୍ତର ପାଇଲେ ନାହିଁ।

BBSR PhotoOR

ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ନିଜର ସାର୍ଟିଫିକେଟ୍‌ ପୋଡ଼ି ଦେଉଛନ୍ତି

Manoranjan Sial
  • Published: Monday, 12 February 2024
  • Updated: 12 February 2024, 07:18 PM IST

Sports

Latest News

କେତେ ଆଶା ନେଇ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ଭାବିଥିଲେ ଚାକିରି କରିବେ। ହେଲେ ଇଞ୍ଜିନିୟରିଂ ପାସ୍‌ କରିବା ପରେ ଚାକିରି ମିଳିଲାନି। ପ୍ରତିବାଦ କରି କରି ନିରାଶ ହେଲେ। ଶେଷରେ ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ସ୍ଥିତ ସେଚ ସଦନ ସମ୍ମୁଖରେ ଆଶାୟୀମାନେ ନିଜର ସାର୍ଟିଫିକେଟ୍‌କୁ ପୋଡ଼ି ଦେଲେ।

ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ନିଯୁକ୍ତି ଦାବିରେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ। ହେଲେ ସନ୍ତୋଷ ଜନକ ଉତ୍ତର ପାଇଲେ ନାହିଁ। ରାଜ୍ୟ ସରକାରଙ୍କଠାରୁ ବାରମ୍ୱାର ନିରାଶ ହୋଇ ଚାକିରି ଆଶାୟୀମାନେ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ସେଚ ସଦନ ସମ୍ମୁଖରେ ଧାରଣାରେ ବସି ଥିଲେ। ହେଲେ କୌଣସି ପ୍ରଶାସନିକ ଅଧିକାରୀ ଆଲୋଚନା ପାଇଁ ଆସିଲେ ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସନ୍ଧ୍ୟା ବେଳେ ଛାତ୍ରଛାତ୍ରୀମାନେ ନିଜର ସାର୍ଟିଫିକେଟ୍‌କୁ ପୋଡ଼ି ଦେଇଥିଲେ। ଆଉ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ ଦେଇଥିଲେ।

Also Read

ପ୍ରତିବାଦ କରୁଥିବା ଜଣେ ଛାତ୍ର କହିଛନ୍ତି, ଚାକିରି ପାଇଁ ବାରମ୍ୱାର ଦାବି କରିଆସୁଛି। ହେଲେ ଆମ କଥା ନା OISS ଅଧ୍ୟକ୍ଷ ଶୁଣୁଛନ୍ତି ନା ଜଳ ସମ୍ପଦ ବିଭାଗ ସଚିବ ଶୁଣୁଛନ୍ତି। ଆମ କଥା କେହି ଶୁଣୁ ନାହାନ୍ତି। ତେଣୁ ଭାବିଲୁ ଆମର ଏ ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ। ତେଣୁ ସାର୍ଟିଫିକେଟ୍‌କୁ ପୋଡ଼ିଦେଲୁ। କାରଣ ଏଭଳି ଡିଗ୍ରୀ ସାର୍ଟିଫିକେଟ୍‌ ଆଉ ଦରକାର ନାହିଁ ବୋଲି ଛାତ୍ର ଜଣକ କହିଛନ୍ତି।

ପ୍ରତିବାଦ କରୁଥିବା ଆଉ ଜଣେ ଚାକିରି ଆଶାୟୀ କହିଛନ୍ତି, ଜଣେ ଛାତ୍ର ପାଇଁ ସାର୍ଟିଫିକେଟ୍‌ ହେଉଛି ବହୁ ମୂଲ୍ୟବାନ ସମ୍ପତ୍ତି। ହେଲେ କ’ଣ କରିବୁ? ଚାକିରି ଖଣ୍ଡକ ପାଇଁ କେତେ ଦୌଡ଼ିବୁ? ପ୍ରତିଦିନ ଏ ଅଫିସ୍‌ ସେ ଅଫିସ୍‌ ଦୌଡ଼ି ଦୌଡ଼ି ଥକି ପଡ଼ିଲୁଣି। କେତେ ଦିନ ରାଜରାସ୍ତାରେ ବସିବୁ? ତେଣୁ ଭାବିଲୁ ଏ ସାର୍ଟିଫିକେଟର କିଛି ମୂଲ୍ୟନାହିଁ। ତେଣୁ ପୋଡ଼ିଦେବା ପାଇଁ ନିଷ୍ପତ୍ତି ନେଲୁ ଜଣେ ଚାକିରି ଆଶାୟୀ କହିଛନ୍ତି।

ଆଉ ଜଣେ ଚାକିରି ଆଶାୟୀ କହିଛନ୍ତି, ନିଯୁକ୍ତି ପାଇଁ ଦେଢ଼ ବର୍ଷ ହେଲା ଦାବି କରିଆସୁଛି। ହେଲେ ଆମ କଥା କେହି ଶୁଣୁନାହାନ୍ତି। ଆମ ସହିତ ସରକାର ଖେଳୁଛନ୍ତି। ଯେଉଁ ସାର୍ଟିଫିକେଟର କିଛି ମୂଲ୍ୟନାହିଁ, ତାକୁ କ’ଣ ପାଇଁ କରିବୁ? ତେଣୁ ପୋଡ଼ି ଦେବା ପାଇଁ ନିଷ୍ପତ୍ତି ନେଲୁ ବୋଲି ଆଶାୟୀ ଜଣକ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story