Advertisment

ସିସିଟିଭି ନଜରରେ ରହିବ ପୂରା ପୁରୀ ସହର

ଶ୍ରୀମନ୍ଦିରରେ ପର୍ଯ୍ୟପ୍ତ ପରିମାଣର ସିସିଟିଭି ଲାଗିଛି। ଏବେ ଶ୍ରୀମନ୍ଦିର ଭିତର ଓ ବାହାର କାଠ ନିକଟରେ ଦର୍ଶନ ନିୟନ୍ତ୍ରିତ କରିବାକୁ ସିସିଟିଭି କ୍ୟାମେରା ଲାଗିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Puri

Puri

ପୂରା ପୁରୀ ସହରକୁ ଜଗିବ ସିସିଟିଭି। ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ହାଇ କାପାସିଟି ସିସିଟିଭି ସର୍ଭେଲାନ୍ସରେ ରହିବ ସହର। କମାଣ୍ଡ ଓ କଣ୍ଟ୍ରୋଲ ରୁମ୍‌ ସହିତ ଯୋଡିହେବ ସମସ୍ତ ସିସିଟିଭି। ଏଥିପାଇଁ କାର୍ଯ୍ୟକାରୀ ହେବ ‘ସିସିଟିଭି ଯୋଜନା’। ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

Advertisment

ଜିଲ୍ଲାପାଳଙ୍କ କହିବା ଅନୁସାରେ ପୁରୀ ପାଇଁ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ‘ସିସିଟିଭି ଯୋଜନା’। ଏହି ସିସିସିଭି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ସହରର ବିଭିନ୍ନ ପ୍ରବେଶ ପଥ ଯଥା ସମଙ୍ଗ, ମାଳତୀପାଟପୁର, ମଙ୍ଗଳାଘାଟ ଆଦି ସ୍ଥାନରେ ୬୨୦ ସିସିଟିଭି କ୍ୟାମେରା ଲାଗିବ। ଅପ୍‌ଟିକାଲ ଫାଇବର ସହ ସିସିଟିଭି କ୍ୟାମେରାର ସଂଯୋଗ କରାଯିବ। ଏହାର କମାଣ୍ଡ କଣ୍ଟ୍ରୋଲ ସେଟ୍‌ଅପ୍‌ ରହିବ। ଯାହା ଦ୍ୱାରା ସବୁ ବିଭାଗ ନିଜ କାର୍ଯ୍ୟ କରିପାରିବେ। ଯାହାଦ୍ୱାରା ସହର ଅପରାଧମୁକ୍ତ, ସୁରକ୍ଷିତ ଓ ଟ୍ରାଫିକ୍‌ ସୁପରିଚାଳନା ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଶ୍ରୀମନ୍ଦିରରେ ପର୍ଯ୍ୟପ୍ତ ପରିମାଣର ସିସିଟିଭି ଲାଗିଛି। ଏବେ ଶ୍ରୀମନ୍ଦିର ଭିତର ଓ ବାହାର କାଠ ନିକଟରେ ଦର୍ଶନ ନିୟନ୍ତ୍ରିତ କରିବାକୁ ସିସିଟିଭି କ୍ୟାମେରା ଲାଗିଛି। ଏଥିସହ ଶ୍ରୀମନ୍ଦିର ଭିତରେ ଓ ବାହାରେ ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥ, ନାଟମଣ୍ଡପରେ ସିସିଟିଭି କ୍ୟାମେରା ଲାଗିବାକୁ ଟେଣ୍ଡର ଆହ୍ୱାନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment
Sri Jagannath Puri Puri Shreemandir