Advertisment

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଶୁଭ ମୁହୂର୍ତ୍ତ

ଜାନୁଆରୀ ୨୨ ଦିନ ୧୨ଟା ୨୦ରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟଙ୍କ ସୂଚନା।

undefined

Ayodhya

Advertisment

ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ଧାର୍ଯ୍ୟ ହେଲା ଶୁଭ ମୁହୂର୍ତ୍ତ। ଜାନୁଆରୀ ୨୨ ଦିନ ୧୨ଟା ୨୦ରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟଙ୍କ ସୂଚନା।

Advertisment

ଦିନ ୧୨ଟା ୨୦ରେ ପ୍ରାଣପ୍ରତିଷ୍ଠା ପରେ ରାମ ଭକ୍ତମାନଙ୍କୁ ନିଜ ନିଜ ଅଞ୍ଚଳରେ ଆଳତୀ ଓ ପ୍ରସାଦ ବଣ୍ଟନ ଏବଂ ସୂର୍ଯ୍ୟାସ୍ତ ପରେ ଦୀପ ପ୍ରଜ୍ଜ୍ୱଳନ କରିବାକୁ ଶ୍ରୀରାୟ ନିବେଦନ କରିଛନ୍ତି। ଆଜି ଅଯୋଧ୍ୟାରେ ଘର ଘର ବୁଲି ଟ୍ରଷ୍ଟ ପକ୍ଷରୁ ରାମାଲାଲା ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ପୂଜିତ ଅକ୍ଷତ ବଣ୍ଟନ ବେଳେ ସେ ଏହା କହିଛନ୍ତି।

ସେପଟେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରତିଷ୍ଠା ହେବାକୁ ଥିବା ରାମଲାଲାଙ୍କ ୩ଟି ବିଗ୍ରହର ନିର୍ମାଣ ସରିଛି। ତେବେ ୩ଟି ଯାକ ବିଗ୍ରହକୁ ପ୍ରତିଷ୍ଠା କରାଯିବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲ। ସେ କହିଛନ୍ତି, ୩ ବିଗ୍ରହଙ୍କ ମଧ୍ୟରୁ ଗୋଟିଏ ବାଛିବା ଲାଗି କୌଣସି ପ୍ରକାର ପ୍ରତିଯୋଗିତା ନଥିଲା। ୩ଟି ଯାକ ବିଗ୍ରହକୁ ମନ୍ଦିରର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ।

Advertisment

ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଖ୍ୟାତନାମା ଶିଳ୍ପୀଙ୍କ ଦ୍ୱାରା ୫ ବର୍ଷୀୟ ରାମଲାଲାଙ୍କ ୩ଟି ବାଳୁତ ବିଗ୍ରହ ତିଆରି କରାଯାଇଛି। ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରାଯାଇଛି। ତେବେ ଏଥିମଧ୍ୟରୁ ଗୋଟିଏ ବିଗ୍ରହକୁ ବଛାଯାଇ ଆସନ୍ତା ୨୨ତାରିଖରେ ମନ୍ଦିରରେ ପ୍ରତିଷ୍ଠା କରାଯିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାକୁ ଖଣ୍ଡନ କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ।

Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe