Advertisment

ବିକ୍ରି ହେବନି ବାସି ଅବଢ଼ା; ଜଗିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ

ବିଶେଷ କରି ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଏହି ପ୍ରୟାସ କରାଯାଇଛି।

ଅଦ୍ୟତନ ହୋଇଛି
Puri

Puri

Advertisment

ଆନନ୍ଦ ବଜାରରେ ଶୃଙ୍ଖଳା ଓ ସଂସ୍କାର ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଆଜିଠୁ ଶ୍ରୀମନ୍ଦିରରେ ମୁତୟନ ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ। ମୋଟ ଦୁଇଟି ସିଫ୍ଟରେ ୨୦ଜଣ ପୂର୍ବତନ ସେନା କର୍ମଚାରୀ ମୁତୟନ ହେବେ। ଆଜି ସକାଳେ ୧୦ଜଣ ଆନନ୍ଦ ବଜାର ଓ ମନ୍ଦିର ବେଢାରେ ମୁତୟନ ହୋଇଥିବା ବେଳେ ଅପରାହ୍ନ ୨ଟାରୁ ଆଉ ୧୦ଜଣ ମୁତୟନ ହେବେ।

Advertisment

ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ନେଇ ସେନା ନିବୃତ କର୍ମଚାରୀ ମୁତୟନ କରାଯାଇଛି। ଏହା ସହ ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ। ବିଶେଷ କରି ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ଏହି ପ୍ରୟାସ କରାଯାଇଛି।

ସରକାରଙ୍କ ନିୟମାବଳୀ ଅନୁସାରେ, ଅଣ ସୂପକାର ମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁମହାପ୍ରସାଦ ପାଇଁ ଅଧିକୃତ ରହିବେ। ଭକ୍ତଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ ସଠିକ୍ ରହିବା ଦିଗରେ ଗୁରୁତ୍ୱ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe