Advertisment

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ମହାରାଷ୍ଟ୍ର କଂଗ୍ରେସର ଏହି ବରିଷ୍ଠ ରାଜନେତା ୩ଥର ସାଂସଦ ହୋଇଥିଲେ। ସେ ସୁପ୍ରିମ୍‌ କୋର୍ଟର ଆଇନ୍‌ଜୀବୀ ମଧ୍ୟ ରହିଥିଲେ।

Murlidhar Chandrakant Bhandare

Murlidhar Chandrakant Bhandare

Advertisment

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଶ୍ରୀ ଭଣ୍ଡାରେ ୨୦୦୭ରୁ ୨୦୧୩ ଯାଏ ଓଡ଼ିଶାର ରାଜ୍ୟପାଳ ଥିଲେ। ମହାରାଷ୍ଟ୍ର କଂଗ୍ରେସର ଏହି ବରିଷ୍ଠ ରାଜନେତା ୩ଥର ସାଂସଦ ହୋଇଥିଲେ। ସେ ସୁପ୍ରିମ୍‌ କୋର୍ଟର ଆଇନ୍‌ଜୀବୀ ମଧ୍ୟ ରହିଥିଲେ। ଶ୍ରୀ ଭଣ୍ଡାରେଙ୍କ ବିୟୋଗରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି।

Advertisment

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ଶ୍ରୀ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ରାଜ୍ୟପାଳ।

Advertisment

Xରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସ୍ୱର୍ଗତ ଭଣ୍ଡାରେ ଓଡ଼ିଶାର ରାଜ୍ୟପାଳ ଭାବରେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କ ଜ୍ଞାନ ଓ ଅମାୟିକ ସ୍ଵଭାବ ଯୋଗୁ ସେ ସାରା ରାଜ୍ୟ ବାସୀଙ୍କ ପ୍ରିୟ ହୋଇ ପାରିଥିଲେ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।

Odisha Murlidhar Chandrakant Bhandare
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe