Advertisment

ବିରିୟାନି, ରୋଲ୍‌, ପକୋଡ଼ା; ପ୍ଲେଟ ପିଛା ୨୦ ଟଙ୍କା, ଭିଡ଼ ସମ୍ଭାଳିବାକୁ ପହଞ୍ଚିଲା ପୁଲିସ୍‌

ଗତକାଲି ଦୋକାନର ଓପନିଂ ଥିବାରୁ ଦୋକାନୀଜଣକ ସବୁ ଆଇଟମ୍‌ ପ୍ଲେଟ୍‌ ପିଛା ୨୦ ଟଙ୍କା ରଖିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Gathering

Gathering

ଚିକେନ ବିରିୟାନି, ଚିକେନ ରୋଲ୍, ଚିକେନ ପକୋଡ଼ା, ଏଗ ରୋଲ୍‌ । ପ୍ଲେଟ ପିଛା ୨୦ ଟଙ୍କା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଷ୍ଟିଲ୍‌ ସିଟି ରାଉରକେଲାରେ। ଆଉ ଏଥିପାଇଁ ହୋଇଥିଲା ଅସମ୍ଭାଳ ଭିଡ଼ । ଭିଡ଼ ଏପରି ହେଲା ଯେ ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଲା ପୁଲିସ୍‌।

Advertisment

ବିରିୟାନି, ରୋଲ୍‌ ପକୋଡ଼ା ପରି ଭଳିକି ଭଳି ଫାଷ୍ଟ ଫୁଡ ଦେଖିଲେ ପାଟିରୁ ଲାଳ ଗଡ଼ିବା ସ୍ୱାଭାବିକ । ଏସବୁ ଖାଇବାକୁ କିଏ ବା ଇଚ୍ଛା ନ କରିବ । ଏହାକୁ ମାଧ୍ୟମ କରି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରାଉରକେଲା ସହରର ଜଣେ ବ୍ୟବସାୟୀ ।

ବ୍ୟବସାୟୀଜଣକ ଗତ କାଲି ତାରିଖରେ ରାଉରକେଲା ସହରରେ ଥିବା ବାସନ୍ତୀ କଲୋନୀ ଫୁଡ୍ କୋର୍ଟ ପରିସରରେ ନୂତନ ଫାଷ୍ଟ ଫୁଡ ଦୋକାନ ଖୋଲିଛନ୍ତି। ଗତକାଲି ଦୋକାନର ଓପନିଂ ଥିବାରୁ ଦୋକାନୀଜଣକ ସବୁ ଆଇଟମ୍‌ ପ୍ଲେଟ୍‌ ପିଛା ୨୦ ଟଙ୍କା ରଖିଥିଲେ।

Advertisment

ଏହି ଖବର ପ୍ରଚାରିତ ହେବା ପରେ ଦୋକାନ ସମ୍ମୁଖରେ ପ୍ରବଳ ଲୋକ ଗହଳି ଜମିବାକୁ ଲାଗିଲା। ଧୀରେ ଧୀରେ ସଂଖ୍ୟା ବଢ଼ିବାରୁ ଉକ୍ତ ଅଞ୍ଚଳ ଦେଇ ଲୋକଙ୍କ ଯାତାୟତ ବନ୍ଦ ହୋଇଗଲା। ଲୋକେ ଗୋଟିଏ ପ୍ଲେଟ ପାଇବାକୁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଛାଇଲେ ନାହିଁ। 

ଖବର ପାଇ ଉଦିତ ନଗର ଥାନା ପୁଲିସ ସେଠାରେ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଥିଲା । ପ୍ଲେଟ ପିଛା ୨୦ ଟଙ୍କା ରଖିଥିବାରୁ ପ୍ରଥମ ଦିନରେ ହୋଇଥିବା ଲୋକ ଗହଳିକୁ ଦେଖି ଦୋକାନୀଜଣକ ଖୁବ୍‌ ଖୁସି ଥିବା କହିଛନ୍ତି।

Rourkela