Advertisment

ଅଶାନ୍ତ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ; ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ

ଆଜି ଅପରାହ୍ନରେ ଉଠା ଦୋକାନୀମାନେ ମାର୍କେଟ ବିଲ୍‌ଡିଂରେ ନିଜର ପସରା ମେଲାଇବାକୁ ଚେଷ୍ଟା କରିଥିଲେ। ହେଲେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତାମାନେ ସେମାନଙ୍କୁ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
Market Building

Market Building

Advertisment

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଶାନ୍ତି ଦେଖାଦେଇଛି। ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମୁହାଁମୁହିଁ ହୋଇଛନ୍ତି। ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ବିରୋଧ କରିଛନ୍ତି। ଉଠା ଦୋକାନୀ ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହୋଇଛନ୍ତି।

Advertisment

ଆଜି ଅପରାହ୍ନରେ ଉଠା ଦୋକାନୀମାନେ ମାର୍କେଟ ବିଲ୍‌ଡିଂରେ ନିଜର ପସରା ମେଲାଇବାକୁ ଚେଷ୍ଟା କରିଥିଲେ। ହେଲେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତାମାନେ ସେମାନଙ୍କୁ ବିରୋଧ କରିଥିଲେ। ଏଠାରେ ଦୋକାନ ଖୋଲିପାରିବ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ଉଠା ଦୋକାନୀ ଓ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ମାର୍କେଟ ବିଲ୍‌ଡିଂ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ମାର୍କେଟ ବିଲ୍‌ଡିଂକୁ ବନ୍ଦ କରିଦେଇଥିଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଦୀର୍ଘ ୧୫ ଦିନ ପରେ ବହୁ ବୁଝାସୁଝା ପରେ ମାର୍କେଟ ବିଲ୍‌ଡିଂ ଖୋଲିଥିଲା।  

Advertisment
Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe