Advertisment

ମା’ ତାରାତାରିଣୀଙ୍କ ପୀଠରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲା

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସଦସ୍ୟ ପ୍ରଥମେ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର cctv ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ତା’ସହ ଲୁଟେରାଙ୍କୁ ତୁରନ୍ତ ଧରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

author-image
Niharika Rout
Fact Finding Team

Fact Finding Team

ମା’ ତାରାତାରିଣୀଙ୍କ ପୀଠ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ସୋରଡା ବିଧାୟକ, ଖଲ୍ଲିକୋଟ ବିଧାୟକ ଓ କବିସୂର୍ଯ୍ୟନଗର ବିଧାୟକ ଗ୍ରାଉଣ୍ଡ ଜିରୋକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

Advertisment

ଗତ ୫ ତାରିଖ ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିରରେ କଳାକନା ବୁଲାଇଥିଲେ ଲୁଟେରା। ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଫେରାର ହୋଇ ଯାଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳି ପାରିନି। ପୁରୁଷୋତ୍ତମପୁର ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ୪ ଦିନ ପରେ ବି ଲୁଟେରାଙ୍କ ପତ୍ତା ମିଳିପାରିନି।

ଏହି ଘଟଣା ବହୁ ଶ୍ରଦ୍ଧାଳୁଙ୍କ ଭାବାବେଗକୁ କୁଠାରଘାତ କରିଥିବା ବେଳେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। କେମିତି ଚୋରି ହେଲା ମା’ଙ୍କ ଅଳଙ୍କାର, ତଦନ୍ତର ଗତି କେତେଦୂର ଗଲା, ସେନେଇ ଅନୁଧ୍ୟାନ କରିଛନ୍ତି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।

Advertisment

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସଦସ୍ୟ ପ୍ରଥମେ ମା’ଙ୍କୁ ଦର୍ଶନ କରିବା ସହ ମନ୍ଦିରର cctv ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ତା’ସହ ଲୁଟେରାଙ୍କୁ ତୁରନ୍ତ ଧରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ୨୪ ବର୍ଷ ଭିତରେ କୌଣସି ଘଟଣାର ତଦନ୍ତ ତା’ ବାଟରେ ଯାଇନି। ମଠମନ୍ଦିର ଆମ ଐତିହ୍ୟ, ପରମ୍ପରାର ପ୍ରତୀକ ହୋଇଥିବା ବେଳେ ତାହାର ସୁରକ୍ଷା ପ୍ରତି ପୂର୍ବ ସରକାର ଆଖି ବୁଜି ଦେଇଥିଲେ। ଆମ ସରକାର ମଠ ମନ୍ଦିରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଲୁଟ ପରେ ମା’ ତାରାତାରିଣୀଙ୍କର ଗତକାଲି ମହାସ୍ନାନ ହୋଇଛି। ଚୋରମାନେ ମା'ଙ୍କୁ ସ୍ପର୍ଶ କରିଥିବା ଯୋଗୁ ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯାଇଛି । ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଆଣି ୯୯୯ ପାହାଚ ଚଢ଼ି ସେବାୟତ ପରିବାରର ମା’ ଭଉଣୀମାନେ ମନ୍ଦିର ଉପରକୁ ଚଢ଼ିଥିଲେ। ସେଠାରେ ମା’ଙ୍କର ମହାସ୍ନାନ କରା ଯାଇଥିଲା। ଏହା ସହ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇଛି।

Ganjam