Advertisment

ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ହେଲେ ଅଭିଯୋଗ କରିବାର ମାସେ ପୁରି ଯାଇଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

 missing youth

missing youth

Advertisment

ମାସେ ହେବ ଦିବ୍ୟାଙ୍ଗ ଯୁବକଙ୍କର ପତାମିଳୁନାହିଁ। ପୁଲିସକୁ ଅଭିଯୋଗ କଲେବି ଫଳ ସୁନ। ଯାହା ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ। ଏଭଳି ଘଟଣା ଘଟିଛି ବଲାଙ୍ଗାରି ଜିଲ୍ଲା ବଙ୍ଗୋମୁଣ୍ଡା ଗାଁରେ।

Advertisment

ବଙ୍ଗୋମୁଣ୍ଡା ଗାଁର ଦିବ୍ୟାଙ୍ଗ ଯୁବକ ପ୍ରମୋଦ ପାଣିଗ୍ରାହୀ (୨୮)। ସେ ଜନ୍ମରୁ ଶୁଣିପାରନ୍ତି ନାହିଁ ଓ କହି ପାରନ୍ତି ନାହିଁ। ଫେବୃଆରୀ ୨୬ ତାରିଖ ସକାଳୁ ଗାଁରେ ବୁଲୁଥିଲେ ପ୍ରମୋଦ। ବୁଲୁବୁଲୁ ନିକଟରେ ଥିବା ବସ ଷ୍ଟାଣ୍ଡକୁ ପଳାଇ ଯାଇଥିଲେ। ଅଭିଯୋଗ ଅନୁସାରେ ଶେଷ ଥର ପାଇଁ ଗାଁ ଲୋକ ବସଷ୍ଟାଣ୍ଡରେ ଦେଖି ଥିଲେ। ଆଉ ତାପରେ ନିଖୋଜ ହୋଇ ଯାଇଥିଲେ ପ୍ରମୋଦ। ଏଖବର ପରିବାର ଲୋକେ ଶୁଣିବା ପରେ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତା ମିଳି ନଥିଲା। ଉପାୟ ଶୁନ୍ୟ ହୋଇ ପରିବାର ଲୋକ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ହେଲେ ଅଭିଯୋଗ କରିବାର ମାସେ ପୁରି ଯାଇଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇ ନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେଣୁ ଆଜି ବାଧ୍ୟହୋଇ ପରିବାର ଲୋକ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ତ ହୋଇଥିଲେ। ଏସପି ନିଖୋଜ ଯୁବଙ୍କ ସମ୍ପର୍କରେ ସବୁ ସୁଣିବା ପରେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Advertisment
Missing Youth Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe