ଦାଉ ସାଧିଲା ଅଦିନିଆ ବର୍ଷ। ଉଜୁଡ଼ିଗଲା ଫସଲ। ବର୍ଷ ଯାକର ପରିଶ୍ରମ ଫସର ଫାଟିଗଲା। ଏହା ଦେଖି ଆଉ ସହି ହେଲାନି। ଶେଷରେ ଜୀବନ ହାରିଦେଲେ ଚାଷୀ। ଏଭଳି କିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ।
ଆଳି ଥାନା ଅନ୍ତର୍ଗତ କୋଳଢ଼ିଅ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଫସଲହାନୀ ଯୋଗୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତକ ହେଲେ କୈଳାଶ ଚନ୍ଦ୍ର ଧଳ। କୈଳାଶ ୮ ଏକର ଜମିରେ ଧାନ ଚାଷ କରିଥିଲେ। ଅଦିନିଆ ବର୍ଷା ଯୋଗୁଁ ସବୁ ଧାନ ଫସଲ ନଷ୍ଟ ହୋଇଯାଇଥିଲା।
Also Read
ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ। ଏଥର ଭଲ ଫସଲ ହେବ ବୋଲି ମଧ୍ୟ ତାଙ୍କର ଆଶା ଥିଲା। ହେଲେ ଅଦିନିଆ ବର୍ଷା ତାଙ୍କର ସବୁ ଆଶାକୁ ମାଟିରେ ମିଶାଇ ଦେଇଥିଲା। ଉଜାଡ଼ି ଦେଇଥିଲା ତାଙ୍କ ସୁନାର ଫସଲ।
ଏହା ଦେଖି ସେ ଚିନ୍ତିତ ହୋଇପଡିଥିଲେ। ଏପରିକି ସେ ଖାଇବା ପିଇବା ମଧ୍ୟ ଚାଡ଼ି ଦେଇଥିଲେ। ଫସଲ କ୍ଷତି ପାଇଁ କିଛି ଦିନ ହେବ ସେ ମାନସିକ ଚିନ୍ତାରେ ଥିଲେ। ଏଥିଯୋଗୁ ସେ ବିଷ ପିଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ; ପର୍ଯ୍ୟଟକଙ୍କୁ ନୋ ଏଣ୍ଟ୍ରି
ଆସନ୍ତା ୬ରୁ ୮ତାରିଖ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ସାତକୋଶିଆର ମହାନଦୀ ଏବଂ ଅନ୍ୟାନ୍ୟ ଜଳାଶୟରେ ଗଣନା କାର୍ଯ୍ୟ ହେବ ।
Miscellaneous
ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ
ଆଜି ରାୟଗଡ଼ା ରେଳ ମଣ୍ଡଳ ଭବନ ପାଇଁ ଶୁଭ ଦେବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
Miscellaneous
ପ୍ରବାସୀ ଭାରତୀୟ ଦିବସ: ସଜେଇ ହେଲାଣି ଜନତା ମଇଦାନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି
ପ୍ରବାସୀ ଭାରତୀୟଙ୍କ ମନ ମୋହିବାକୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତକଳାରେ ସଜେଇ ହେଲାଣି ଜନତା ମଇଦାନରେ ଓଡ଼ିଶା ପାଭିଲିୟନ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୁଲିସ୍ ଡିଜି।
Miscellaneous
ଆରମ୍ଭ ହେଲା ସହିଦ ମାଧୋ ସିଂ ହାତ ଖର୍ଚ୍ଚ
ସହିଦ ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଶୈକ୍ଷିକ ବାତାବରଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନକୁ ବଢ଼ାଇବାକୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା କରାଯାଇଛି।
Miscellaneous
ଓଡ଼ିଶାର କଶ୍ମୀରରେ ଇଟାଲୀ ପର୍ଯ୍ୟଟକ
ଇଟାଲୀ ପର୍ଯ୍ୟଟକ କାଥେରୀନା ଓ ଟୋନି। ନୂଆବର୍ଷରେ ଉଭୟ ଓଡ଼ିଶା ଆସିଛନ୍ତି। ଓଡ଼ଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଯାଇଥିଲେ। ଉଭୟ ଶୀତୁଆ ସକାଳରେ କାକର ଭିଜା ଘାସର ଗାଲିଚା ସାଙ୍ଗକୁ ପଟାଙ୍ଗୀ ଆଦିବାସୀ ସାହିର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ।