Advertisment

ଉଜୁଡ଼ିଗଲା ଫସଲ, ଜୀବନ ହାରିଦେଲେ ଚାଷୀ

ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ।

ଅଦ୍ୟତନ ହୋଇଛି
Farmer Suicide

Farmer Suicide

Advertisment

ଦାଉ ସାଧିଲା ଅଦିନିଆ ବର୍ଷ। ଉଜୁଡ଼ିଗଲା ଫସଲ। ବର୍ଷ ଯାକର ପରିଶ୍ରମ ଫସର ଫାଟିଗଲା। ଏହା ଦେଖି ଆଉ ସହି ହେଲାନି। ଶେଷରେ ଜୀବନ ହାରିଦେଲେ ଚାଷୀ। ଏଭଳି କିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ।

Advertisment

ଆଳି ଥାନା ଅନ୍ତର୍ଗତ କୋଳଢ଼ିଅ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଫସଲହାନୀ ଯୋଗୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତକ ହେଲେ କୈଳାଶ ଚନ୍ଦ୍ର ଧଳ। କୈଳାଶ ୮ ଏକର ଜମିରେ ଧାନ ଚାଷ କରିଥିଲେ। ଅଦିନିଆ ବର୍ଷା ଯୋଗୁଁ ସବୁ ଧାନ ଫସଲ ନଷ୍ଟ ହୋଇଯାଇଥିଲା।

ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ। ଏଥର ଭଲ ଫସଲ ହେବ ବୋଲି ମଧ୍ୟ ତାଙ୍କର ଆଶା ଥିଲା। ହେଲେ ଅଦିନିଆ ବର୍ଷା ତାଙ୍କର ସବୁ ଆଶାକୁ ମାଟିରେ ମିଶାଇ ଦେଇଥିଲା। ଉଜାଡ଼ି ଦେଇଥିଲା ତାଙ୍କ ସୁନାର ଫସଲ। 

Advertisment

ଏହା ଦେଖି ସେ ଚିନ୍ତିତ ହୋଇପଡିଥିଲେ। ଏପରିକି ସେ ଖାଇବା ପିଇବା ମଧ୍ୟ ଚାଡ଼ି ଦେଇଥିଲେ। ଫସଲ କ୍ଷତି ପାଇଁ କିଛି ଦିନ ହେବ ସେ ମାନସିକ ଚିନ୍ତାରେ ଥିଲେ। ଏଥିଯୋଗୁ ସେ ବିଷ ପିଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

Odisha Farmer Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe