ଚାଷରେ କ୍ଷତି ହେବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଜବାଟି ମୌଜାରେ। ମୃତ ଚାଷୀ ଜଣଙ୍କ ହେଲେ ନିତ୍ୟାନନ୍ଦ ପରିଡା। ତାଙ୍କ ଘର ବାଜବାଟି ମୌଜାରେ।
ନିତ୍ୟାନନ୍ଦ ବାଜବାଟି ମୌଜାରେ ଥିବା ୨ ଏକର ଜମିରେ ଋଣ କରି ଧାନଚାଷ କରିଥିଲେ। ସ୍ୱଳ୍ପ ବୃଷ୍ଟିପାତ ଓ ପଥର ଖାଦାନରେ ବ୍ଲାଷ୍ଟିଂ ଯୋଗୁଁ ଚାଷ ପ୍ରଭାବିତ ହୋଇଥିଲା। ଧାନ ଭଲ ହୋଇ ନଥିଲା। କିପରି ଋଣ ପୈଠ କରିବେ ଏନେଇ ନିତ୍ୟାନନ୍ଦ ଚିନ୍ତାରେ ଥିଲେ।
Also Read
ଶନିବାର ପୁର୍ବାହ୍ନରେ ନିତ୍ୟାନନ୍ଦ ଧାନ ଜମିରେ କୀଟନାଶକ ପକାଇବା ପାଇଁ ଯାଇଥିଲେ। ଧାନ ଫସଲ ନଷ୍ଟ ହୋଇଥିବା ଦେଖି ସେ ବିଷ ପିଇ ଦେଇଥିଲେ। ଧାନ ବିଲରେ ନିତ୍ୟାନନ୍ଦ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କାରି ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Miscellaneous
ଗଞ୍ଜାମରୁ ବ୍ରହ୍ମଗିରି ଯାଉଥିଲା ୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ
ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।