Advertisment

ଋଣ କରି ଚାଷ କରିଥିଲେ; କ୍ଷତି ହେବାରୁ ବିଷ ପିଇଦେଲେ

ନିତ୍ୟାନନ୍ଦ ୨ ଏକର ଜମିରେ ଋଣ କରି ଧାନଚାଷ କରିଥିଲେ।

sucide

sucide

Advertisment

ଚାଷରେ କ୍ଷତି ହେବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଜବାଟି ମୌଜାରେ। ମୃତ ଚାଷୀ ଜଣଙ୍କ ହେଲେ ନିତ୍ୟାନନ୍ଦ ପରିଡା। ତାଙ୍କ ଘର ବାଜବାଟି ମୌଜାରେ।

Advertisment

ନିତ୍ୟାନନ୍ଦ ବାଜବାଟି ମୌଜାରେ ଥିବା ୨ ଏକର ଜମିରେ ଋଣ କରି ଧାନଚାଷ କରିଥିଲେ। ସ୍ୱଳ୍ପ ବୃଷ୍ଟିପାତ ଓ ପଥର ଖାଦାନରେ ବ୍ଲାଷ୍ଟିଂ ଯୋଗୁଁ ଚାଷ ପ୍ରଭାବିତ ହୋଇଥିଲା। ଧାନ ଭଲ ହୋଇ ନଥିଲା। କିପରି ଋଣ ପୈଠ କରିବେ ଏନେଇ ନିତ୍ୟାନନ୍ଦ ଚିନ୍ତାରେ ଥିଲେ।

ଶନିବାର ପୁର୍ବାହ୍ନରେ ନିତ୍ୟାନନ୍ଦ ଧାନ ଜମିରେ କୀଟନାଶକ ପକାଇବା ପାଇଁ ଯାଇଥିଲେ। ଧାନ ଫସଲ ନଷ୍ଟ ହୋଇଥିବା ଦେଖି ସେ ବିଷ ପିଇ ଦେଇଥିଲେ। ଧାନ ବିଲରେ ନିତ୍ୟାନନ୍ଦ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କାରି ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe