Advertisment

ସ୍ମାର୍ଟ ମିଟର ଖୋଲି ଗ୍ରୀଡ୍ ଆଗରେ ଫୋପାଡ଼ିଲେ ଶହଶହ ଚାଷୀ

ଚାଷୀମାନେ ସ୍ମାର୍ଟ ମିଟର ଧରି ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର ବିରୋଧରେ ନାରାବାଜି ଦେଇ ଗ୍ରୀଡ୍‌ ଅଫିସ୍‌ ପର୍ଯ୍ୟନ୍ତ ଆସିଲେ। ଆଉ ଗ୍ରୀଡ୍ ଆଗରେ ସ୍ମାର୍ଟ ମିଟର ଫିଙ୍ଗି ଦେଲେ।

Tata Power

Tata Power

Advertisment

ସ୍ମାର୍ଟ ମିଟର ନାଁରେ ଶୋଷଣ। ଟାଟା ପାୱାର ବିରୋଧରେ ହଲ୍ଲାବୋଲ। ତାତିଲେ ଲୋକେ। ଘରୁ ଉପାଡିଲେ ବିଦ୍ୟୁତ୍‌ ମିଟର। ଟାଟା ପାୱାର ଗ୍ରୀଡ୍ ଅଫିସ ଆଗରେ ଫିଙ୍ଗିଲେ। ଚାଷୀମାନେ ସ୍ମାର୍ଟ ମିଟର ଧରି ବିଶାଳ ଶୋଭାଯାତ୍ରାରେ ଟାଟା ପାୱାର ବିରୋଧରେ ନାରାବାଜି ଦେଇ ଗ୍ରୀଡ୍‌ ଅଫିସ୍‌ ପର୍ଯ୍ୟନ୍ତ ଆସିଲେ। ଆଉ ଗ୍ରୀଡ୍ ଆଗରେ ସ୍ମାର୍ଟ ମିଟର ଫିଙ୍ଗି ଦେଲେ। ଏମିତିକା ଚିତ୍ର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର କେନପାଲି, ଭଟଲି ଓ ଘେଁସ ଅଞ୍ଚଳରେ। ସହିଦ ମାଧୋ ସିଂ ଆଞ୍ଚଳକି କୃଷି ସଂଗଠନ ଡାକରାରେ ୧୫ଟି ପଞ୍ଚାୟତର ବିଜୁଳି ଉପଭୋକ୍ତା ପ୍ରତିବାଦ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଛି। ବିଲରେ ଟାମ୍ପରିଂ କରି ଲୁଟୁଛି କମ୍ପାନୀ।

Advertisment

କୃଷକ ନେତା ବୀରେନ୍ଦ୍ର କୁମାର କର କହିଛନ୍ତି, ଟାଟା ପାୱାର ସ୍ମାର୍ଟ ମିଟର ଉପରେ ଚାଷୀ ଭାଇଙ୍କର ଆଉ ବିଶ୍ୱାସ ନାହିଁ। ଏହି ମିଟର ଲଗାଇବା ପରଠାରୁ ଚାଷ ଓ ଘରୋଇ ବ୍ୟବହାରରେ ବହୁ ବିଲ୍‌ ଆସୁଛି। ତେଣୁ ଯଥାଶୀଘ୍ର ସ୍ମାର୍ଟ ମିଟର ଉଠାଯାଉ ବୋଲି ଶ୍ରୀ କର କହିଛନ୍ତି।

ଗତ ୧୬ ତାରିଖରେ କେନପାଲି, ୨୩ରେ ଭଟଲି ଓ ୨୮ ତାରିଖରେ ଘେଁସ୍ ଓ ଆଜି ଅତାବିରାରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବରଗଡ଼ ଜିଲ୍ଲାର ଚାଷୀ। ସବୁ ସ୍ମାର୍ଟ ମିଟରକୁ ଖୋଲି ଦେବାକୁ ସେମାନେ ଦାବି କରିଛନ୍ତି। ନହେଲେ ଆନ୍ଦୋଳନ ହେବ ବୋଲି ଚେତେଇ ଦେଇଛନ୍ତି ଚାଷୀ। ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ଚାଷୀ ଆନ୍ଦୋଳନ ହୋଇନି। କିଛି ଲୋକ ଏନେଇ ଅପପ୍ରଚାର କରୁଛନ୍ତି। ସେପଟେ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଦେବେଶ ଆଚାର୍ଯ୍ୟ କହିଛନ୍ତି, ୩୦୦ ୟୁନିଟ୍ ବିଜୁଳି ଦେବା ପ୍ରତିଶ୍ରୁତିର ଏହା ପ୍ରତିଫଳନ।

Advertisment

ସେପଟେ ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗକୁ ଏକ ଭ୍ରମ ବୋଲି କହିଛନ୍ତି ଟାଟା ପାୱାର କର୍ତ୍ତୃପକ୍ଷ। TPDOWL ସିଇଓ ପ୍ରବୀଣ ବର୍ମା କହିଛନ୍ତି, ଟାଟା ପାୱାର ସ୍ମାର୍ଟ ମିଟରକୁ ଖରାପ କରିପାରିବେ ନାହିଁ। ଆମର ସ୍ମାର୍ଟ ମିଟର ପୂରା ବିଶ୍ୱସନୀୟ। ଯଦି କାହାର କିଛି ସନ୍ଦେହ ରହିଛି, ତାହାହେଲେ ଫୋନ୍‌ ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଆଉ ତା’ର ସମାଧାନ ମଧ୍ୟ କରାଯିବ। ଦରକାର ପଡ଼ିଲେ ମିଟରକୁ ଯାଞ୍ଚ କରାଯାଇ ଦ୍ୱନ୍ଦ୍ୱ ଦୂର କରାଯିବ ବୋଲି ଶ୍ରୀ ବର୍ମା କହିଛନ୍ତି।

Tata Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe