ଧାନ ବିକ୍ରି ପାଇଁ ଟୋକନ୍ ପାଇନାହାନ୍ତି ୨୪ ଜିଲ୍ଲାର ଚାଷୀ, ଅଟକିଛି ୧୭୧୩୬ଟି ଜମିର ଫିଲଡ୍ ସର୍ଭେ

ମୋଟ ୧୯,୦୫,୪୯୦ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ମଧ୍ୟରୁ ୧୮,୮୮,୩୫୪ଟି ଜମିର ଫିଲଡ୍ ସର୍ଭେ ଶେଷ ହୋଇସାରିଛି । ବାକି ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ରର ଫିଲଡ୍ ସର୍ଭେ ଏବେବି ଶେଷ ହୋଇପାରିନି ।

Paddy

Representational Image

Jitendra Garnayak
  • Published: Sunday, 19 January 2025
  • Updated: 19 January 2025, 11:21 AM IST

Sports

Latest News

ରାଜ୍ୟ ସରକାରୀ ଅଫିସରଙ୍କ ବେପରୁୱା ମନୋଭାବ ଓ ଅବହେଳା ଯୋଗୁ ଧାନ ବିକ୍ରି ପାଇ ଅପେକ୍ଷାରତ ଚାଷୀଙ୍କୁ ଏପର୍ଯ୍ୟନ୍ତ ମିଳିପାରିନି ଟୋକନ୍ । ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ସର୍ଭେ କାର୍ଯ୍ୟ ସରିନଥିବାରୁ ୨୪ଟି ଜିଲ୍ଲାର ସମ୍ପୃକ୍ତ ଚାଷୀଙ୍କୁ ଟୋକନ୍ ମିଳିପାରିନ ଥିବା ଜଣାପଡ଼ିଛି । ତେବେ ଏତେ ପରିମାଣର ଜମିର ସାଟେଲାଇଟ୍ ଫଟୋଚିତ୍ର ସର୍ଭେ କାର୍ଯ୍ୟ କାହିଁକି ଏପର୍ଯ୍ୟନ୍ତ ଶେଷ ହୋଇନି ସେନେଇ କିଛି ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିନାହିଁ । ଧାନ ଅମଳ କରି ରଖିଥିବା ଚାଷୀ ଏପର୍ଯ୍ୟନ୍ତ ଟୋକନ୍ ପାଇନଥିବାରୁ କିଭଳି ନିଜ ଧାନ ବିକ୍ରି କରିବେ ତାକୁ ନେଇ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି ।

ରାଜ୍ୟ ସମବାୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାନୁୟାରୀ ୧୬ତାରିଖ ସୁଦ୍ଧା ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ରର ଫିଲଡ୍ ସର୍ଭେ ବାକି ରହିଛି । ଏହି ସବୁ ଜମି ୨୪ଟି ଜିଲ୍ଲାରେ ରହିଛି । ମୋଟ ୧୮୨୩୯ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ଯାଂଚ ଓ ଫିଲଡ୍ ସର୍ଭେକୁ ଅନୁମୋଦନ ମିଳିନଥିବାରୁ ସମ୍ପୃକ୍ତ ଜମିର ମାଲିକ ଅବା ଚାଷୀମାନେ ନିଜର ଧାନ ବିକ୍ରି ପାଇଁ ଏପର୍ଯ୍ୟନ୍ତ ଟୋକନ୍ ପାଇନଥିବା ଜଣାପଡ଼ିଛି । କେବଳ ବରଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ସବୁ ଜମି ରହିଥିବା ସୂଚନା ମିଳିଛି ।

Also Read

ବିଭାଗର ତଥ୍ୟ ଅନୁସାରେ ମୋଟ ୧୯,୦୫,୪୯୦ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ମଧ୍ୟରୁ ୧୮,୮୮,୩୫୪ଟି ଜମିର ଫିଲଡ୍ ସର୍ଭେ ଶେଷ ହୋଇସାରିଛି । ବାକି ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ରର ଫିଲଡ୍ ସର୍ଭେ ଏବେବି ଶେଷ ହୋଇପାରିନି । ଏଥିରେ ସର୍ବାଧିକ ଯାଜପୁର ଜିଲ୍ଲାର ୫୦୫୦ଟି ପ୍ଲଟ, ଭଦ୍ରକ ଜିଲ୍ଲାର ୨୭୪୩ଟି ଜମି, ପୁରୀ ଜିଲ୍ଲାର ୧୯୫୫ଟି ଜମି ଓ ବାଲେଶ୍ୱରର ୧୭୧୮ଟି ଜମି ରହିଛି । ଏହି ଜମିର ଚାଷୀମାନେ ନିଜର ଅମଳ ଧାନକୁ ବିକ୍ରି କରିବା ନିମନ୍ତେ ପ୍ୟାକ୍ସରେ ପଞ୍ଜିକରଣ କରିଛନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା, ଯେଉଁ ୧୮ଲକ୍ଷ ୮୮ହଜାର ୩୫୪ଟି ଜମିର ଫିଲଡ୍ ସର୍ଭେ ହୋଇଛି ସେଥିରୁ ମାତ୍ର ୨ଲକ୍ଷ ୨୩ହଜାର ୧୮୧ଟି ଜମି ହେଉଛି ଧାନ ଚାଷ ହେଉଥିବା ଜମି । ବାକି ୧୬ଲକ୍ଷ ୬୫ହଜାର ୧୭୩ଟି ଜମି ହେଉଛି ଅଣଧାନ ଚାଷ ଜମି । ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଏସବୁ ଜମିର ତଥ୍ୟ ଦେଇଥିବା ବିଭାଗର ତଥ୍ୟରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟ ସରକାର ପ୍ରାୟ ୩୦ହଜାର ଟନ୍ ଧାନ କିଣି ସାରିଛନ୍ତି । ଏବାବଦରେ ୮ହଜାର କୋଟି ଟଙ୍କା ଧାନ ମୂଲ୍ୟ ଚାଷୀଙ୍କୁ ଦିଆଯାଇସାରିଛି । ଅଦିନିଆ ବର୍ଷା ପାଇଁ ଧାନର ମାନ ହ୍ରାସ ହୋଇଥିବାରୁ କିଛି ଜାଗାରେ କଟନୀ ଛଟନୀ ହେଉଛି । ଚାଷୀ ମଧ୍ୟ ଅଳ୍ପ କାଟିଲେ ବି ୩୧୦୦ଟଙ୍କା ପାଇବେ ବୋଲି ଦେଖି ଧାନ ବିକ୍ରି କରୁଛନ୍ତି । ବାହାରେ ସେହି ଧାନ ବିକିଲେ କ୍ୱିଣ୍ଟାଲ ପିଛା ୨୧୦୦ କି ୨୨୦୦ଟଙ୍କା ପାଇଥାନ୍ତେ ବୋଲି ଶ୍ରୀ ସାମନ୍ତ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story