Advertisment

‘ବଡକାଣିଝର’ ଡ୍ୟାମ ନାହିଁ ତ, ୨୦୨୪ରେ ଭୋଟ୍‌ ନାହିଁ...

ଭି.କେ ପାଣ୍ଡିଆନ୍‌ 5-T ସଚିବ ଥିବା ବେଳେ କେନ୍ଦୁଝର ଗସ୍ତରେ ଯାଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକ ଡ୍ୟାମ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ତାହା ମଧ୍ୟ ହେଲାନି।

Keonjhar

Keonjhar

Advertisment

‘ବଡକାଣିଝର’ ଡ୍ୟାମ ନାହିଁ ତ, ୨୦୨୪ ସାଧାରଣ ନିର୍ବାଚନରେ ଭୋଟ୍‌ ନାହିଁ...। ଆଜି ଏପରି ନାରା ଦେଇ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଗର୍ଜୁଛନ୍ତି ୩ ପଞ୍ଚାୟତର ଶହଶହ ଚାଷୀ। ଚାଷୀମାନେ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ହରିଚନ୍ଦନପୁର ବ୍ଲକ୍‌ର ତେନ୍ତଳାପଶି, ହୁଣ୍ଡା ଓ ଜୁଙ୍ଗାର ପଞ୍ଚାୟତର ଶହଶହ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ୧୯୯୮ ମସିହାରେ ଖେଡିଆଡିହା ନାଳରେ ‘ବଡକାଣିଝର’ ଡ୍ୟାମ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଡ୍ୟାମ୍‌ ନିର୍ମାଣ ହୋଇପାରିଲା ନାହିଁ।

ଯେଉଁଥିପାଇଁ ୩ ପଞ୍ଚାୟତର ଖୁଣ୍ଟବନ୍ଧ, ଗୋପିନାଥପୁର, ମିଶ୍ରମାଳ, ହାତୀନୋଟା, ଦଧିବାମନପୁର, ଧନୁର୍ଯୟପୁର, ବଡକମଣ୍ଡରା, ସାନକମଣ୍ଡରା, ହୁଣ୍ଡା ପଞ୍ଚାୟତର ବ୍ରାହ୍ମଣପଙ୍ଗା, ଝୁମୁକାପଶି, ଡୁମୁରିଆଡିହ, ଜୁଙ୍ଗା ଓ କାଳିମାଟି ଗାଁର ଲୋକମାନେ ଚାଷୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଚାଷ କରିବାରୁ ବଞ୍ଚିତ ହେଉଛନ୍ତି। ବର୍ଷା ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି।

Advertisment

‘ବଡକାଣିଝର’ ଡ୍ୟାମ ନିର୍ମାଣ ହେଉନଥିବାରୁ ୨୦୦୦ ମସିହାରେ ଭୋଟ ବର୍ଜନ କରିଥିଲେ ୩ ପଞ୍ଚାୟତର ଲୋକେ। ସେତେବେଳେ ତାଙ୍କୁ ତତ୍‌କାଳୀନ ଜିଲ୍ଲାପାଳ ବୁଝାଇଦେଇଥିଲେ। ଖୁବ୍‌ଶୀଘ୍ର ଡ୍ୟାମ୍‌ ନିର୍ମାଣ ହେବ ବୋଲି ସେତେବେଳେ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ରହିଗଲା। ଇତି ମଧ୍ୟରେ ୨୩ ବର୍ଷ ବିତିଗଲାଣି। ଡ୍ୟାମ୍‌ ନିର୍ମାଣ ହୋଇପାରିଲା ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଭି.କେ ପାଣ୍ଡିଆନ୍‌ 5-T ସଚିବ ଥିବା ବେଳେ କେନ୍ଦୁଝର ଗସ୍ତରେ ଯାଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକ ଡ୍ୟାମ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ତାହା ମଧ୍ୟ ହେଲାନି। ଇତି ମଧ୍ୟରେ ଅନ୍ୟ ଜିଲ୍ଲାରେ ପ୍ରକଳ୍ପ ଆରମ୍ଭ ହୋଇଥିଲେ ସୁଦ୍ଧା ‘ବଡକାଣିଝର’ ଡ୍ୟାମ କାମ ଆଗେଇଲାନି। ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।

ଆଜି ୩ଟି ପଞ୍ଚାୟତର ଲୋକେ ଜିଲ୍ଲା ସଦରମହକୁମାରେ ଗର୍ଜିଛନ୍ତି। ଡ୍ୟାମ୍‌ ନିର୍ମାଣ ନହେଲେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବୁନାହିଁ ବୋଲି ରୋକ୍‌ଠୋକ୍‌ ଭାବେ ଶୁଣାଇଦେଇଛନ୍ତି। ଆଜି ଶହଶହ ପୁରୁଷ ଓ ମହିଳା ଚାଷୀମାନେ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe