Advertisment

୯ରେ ଚାଷୀଙ୍କ ‘ବିଜୟ ସମାବେଶ’: ଶ୍ରୀଜଗନ୍ନାଥ ଓ ଚାଷୀଙ୍କ ଜମି ତୁରନ୍ତ ଫେରସ୍ତ କରନ୍ତୁ ସରକାର

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  ସମିତି ପକ୍ଷରୁ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ-କୋଣାର୍କ ବେଳାଭୂମି ଉପକଣ୍ଠରେ ୧୦ହଜାର ଏକର ଚାଷଜମିକୁ ହଡ଼ପ କରିବାପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଛନ୍ତିି ।

puri temple

puri temple

Advertisment

ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ଆଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସାଧାରଣ ଚାଷୀଙ୍କ ଜମିକୁ ବଳପୂର୍ବକ ଦଖଲରେ ରଖିଥିବା ରାଜ୍ୟ ସରକାର ତୁରନ୍ତ ଏସବୁ ଜମି ଫେରସ୍ତ କରନ୍ତୁ ବୋଲି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଦାବି କରିଛି । ଏହାସହିତ ଆସନ୍ତା ୯ତାରିଖରେ ପୁରୀର ବେଳଦଳଠାରେ କୃଷକ ବିଜୟ ସମାବେଶ ଅନୁଷ୍ଠିତ ହେବ ଓ ପ୍ରାୟ ୧୦ହଜାର ଚାଷୀ ଯୋଗ ଦେବେ ବୋଲି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ତରଫରୁ କୁହାଯାଇଛି ।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  ସମିତି ପକ୍ଷରୁ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ-କୋଣାର୍କ ବେଳାଭୂମି ଉପକଣ୍ଠରେ ୧୦ହଜାର ଏକର ଚାଷଜମିକୁ ହଡ଼ପ କରିବାପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଛନ୍ତିି । ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ଭତ୍ସନା କରିବା ସହିତ ବେଦାନ୍ତ କମ୍ପାନୀକୁ ୫ଲକ୍ଷ ଟଙ୍କା ଜୋରିମାନା ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତିି । ଓଡ଼ିଶାରେ କମ୍ପାନୀ ଓ ସରାକାରଙ୍କ ବନ୍ଧୁତା ଯୋଗୁଁ ସମଗ୍ର ଓଡ଼ିଶାବାସୀ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।

ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଆଇନଜୀବି ନରସିଂହ ମିଶ୍ର ବେଦାନ୍ତ କମ୍ପାନୀ ପ୍ରତି ଓଡ଼ିଶା ସରକାରଙ୍କର ଅହେତୁକ ଅନୁକମ୍ପାକୁ କଡ଼ା ସମାଲୋଚନା କରି କହିଥିଲେ ଯେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ୨୦୦୬ ମସିହାରୁ ଏ ବେଆଇନ କାର୍ଯ୍ୟ ବିରୋଧରେ ବିଭିନ୍ନ ସ୍ତରରେ ଯେଉଁ ବିରୋଧ ପ୍ରକଟ କରାଯାଇଥିଲା ତା’ର ଅଗ୍ରଭାଗରେ ସ୍ୱର୍ଗତ ଦ୍ୱାରିକାମୋହନ ମିଶ୍ରଙ୍କର ଅବଦାନ ଅତୁଳନୀୟ । ଓଡ଼ିଶା ସରକାର ବେଦାନ୍ତ କମ୍ପାନୀକୁ  ପୁରୀ କୋର୍ଣାକ ବେଳାଭୂମି ଅଂଚଳରେ ୧୦ ହଜର ଏକର ଚାଷଜମି ଶାଗମାଛ ମୂଲରେ ଅଧିଗ୍ରହଣ କରିଥିଲେ ଯାହାଦ୍ୱାରା ସିଧାସଳଖ ୬ ହଜାର ପରିବାର, ୩୦ ହଜାର ଲୋକ ପ୍ରତ୍ୟକ୍ଷ ଭାବରେ ଏହି ବେଆଇନ କାର୍ଯ୍ୟଦ୍ୱାରା ପ୍ରଭାବିତ ହୋଇଥିଲେ । ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସମସ୍ତ ଆଇନ କାନୁନକୁ ଜଳାଞ୍ଜଳି ଦେଇ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମିକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଯେଉଁ ଜମି ଅଧିଗ୍ରହଣ କରିଥିଲେ ତାକୁ ସୁପ୍ରିମକୋର୍ଟ ଖାରଜ କରିବା ସହିତ ସମସ୍ତ ଜମିକୁ ଚାଷୀଙ୍କୁ ଫେରାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତିି । ଦୀର୍ଘ ୧୭ ବର୍ଷର ଲଢ଼େଇ, ୨୨ ମୌଜା, ୨୭୫ ଗାଁ ଏବଂ ହଜାର ହଜାର କୃଷକଙ୍କର ଜୀବନ ଜୀବିକାକୁ ବାଜିରେ ଲଗାଇ ଠକ ବେଦାନ୍ତ କମ୍ପାନୀକୁ  ୧୦ ହଜାର ଏକର ଚାଷଜମି ସହିତ ଦୁଇଟି ନଦୀକୁ ଟେକି ଦେବାପାଇଁ ଯେଉଁ ଗଭୀର ଷଡ଼ଯନ୍ତ୍ର ଓ ଅହେତୁକ ଅନୁକମ୍ପା କରାଯାଇଥିଲା ସେଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଉଚ୍ଚଶିକ୍ଷା ବିଭାଗ ଓ ରାଜସ୍ୱ ବିଭାଗର ସଂପୃକ୍ତି ଥିଲା, ଏକଥା ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ଅପରାଧିକ ତଦନ୍ତକୁ ସାମନା କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Advertisment

ସେହିପରି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତିର ଆବାହକ  ଉମାବଲ୍ଲଭ ରଥ କହିଥିଲେ ଯେ ଦୀର୍ଘ ୧୭ବର୍ଷ ଧରି ଯେଉଁ ନ୍ୟାୟିକ ଲଢ଼େଇ ଆମେ ଲଢ଼ିଥିଲୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆମେ ଜୟଲାଭ କରିଛୁ ଏବଂ ଏଥିରେ ଗୋଟିଏ ଟଙ୍କାର ପାରିଶ୍ରମିକ ନନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ପ୍ରଶାନ୍ତ ଭୂଷଣ ୨୦୧୧ ମସିହାରୁ ନ୍ୟାୟିକ ସହାୟତା ପ୍ରଦାନ କରୁଥିଲେ । ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ଶ୍ରୀ ଭୂଷଣଙ୍କୁ ଆସନ୍ତା ସେପ୍ଟେମ୍ବର ୯ତାରିଖରେ ପୁରୀର ବେଳଦଳଠାରେ କୃଷକ ବିଜୟ ସମାବେଶରେ ନାଗରିକ ସମ୍ବର୍ଦ୍ଧନା ଦିଆଯିବ । ଏଥିରେ ୧୦ ହଜାରରୁ ଉର୍ଦ୍ଧ୍ୱ ଅନ୍ନଦାତା ଚାଷୀ ଭାଇଭଉଣୀମାନେ ଯୋଗଦେବେ ବୋଲି ସେ କହିଛନ୍ତି ।

ଏହାସହିତ ସଂଘର୍ଷ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ୩ଟି ଦାବି ରଖାଯାଇଛି । ସେଗୁଡ଼ିକ ହେଲା- ୧. ସରକାର ତୁରନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରନ୍ତୁ ଓ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମିକୁ ଫେରସ୍ତ କରନ୍ତୁ । ୨.  ଓଡ଼ିଶା ସରକାରଙ୍କ ଯେଉଁ ସବୁ ବିଭାଗ ଏଭଳି ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟରେ ସାମିଲ ଥିଲେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ତୁରନ୍ତ ଅପରାଧିକ ତଦନ୍ତ କରାଯାଉ । ୩. ଦୁର୍ନୀତି ନିବାରଣ ଆଇନର ଧାରା-୧୩ ଅନୁଯାୟୀ ଏକ ନିରପେକ୍ଷ ଅପରାଧିକ ତଦନ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । 

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ ଓ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ଥିଲେ ।

Puri Shreemandir Vedanta University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe