Advertisment

ସ୍ତ୍ରୀଙ୍କୁ କ୍ୟାନସର ହୋଇଥିବା ଶୁଣି ସ୍ୱାମୀଙ୍କୁ ଷ୍ଟ୍ରୋକ୍‌

ପତ୍ନୀଙ୍କ କ୍ୟାନ୍‌ସର ହୋଇଥିବା ଶୁଣି ମେଡ଼ିକାଲ୍‌ରେ ପ୍ରସନ୍ନଙ୍କ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ପ୍ରସନ୍ନଙ୍କ ଅପରେସନ କରାଯାଇଥିଲା।

Konark

Konark

Advertisment

ସ୍ତ୍ରୀଙ୍କୁ କ୍ୟାନସର ହୋଇଥିବା ଶୁଣି ସ୍ୱାମୀଙ୍କୁ ବ୍ରେନ୍‌ଷ୍ଟ୍ରୋକ୍‌। ଯେଉଁ ମେଡ଼ିକାଲ୍‌ରେ ପତ୍ନୀ ଚିକିତ୍ସିତ ହେଉଥିଲେ ସେହିଠାରେ ତାଙ୍କୁ ଭର୍ତ୍ତି କରାଯାଇଛି। ଅପରେସନ୍‌ ପରେ ସେ ଏବେ କୋମାରେ ଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଘରକୁ ପଳାଇ ଆସିଛନ୍ତି ପତ୍ନୀ। ସେପଟେ ବାପା-ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ ଆକୁଳ ନିବେଦନ କରିଛନ୍ତି ଦୁଇ ପୁଅ।

Advertisment

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ବଳଭଦ୍ରପୁର ଗାଁର ପ୍ରସନ୍ନ ପରିଡା। ସୁରଟରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଥିରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ପ୍ରସନ୍ନଙ୍କ ପରିବାର କହିଲେ ପତ୍ନୀ ବାସନ୍ତୀ, ଦୁଇ ପୁଅ ଓ ବୃଦ୍ଧ ବାପା। ଅଭାବ ଅନଟନ ଭିତରେ ଚାଲୁଥିବା ପ୍ରସନ୍ନଙ୍କ ଲୁଣ ସଂସାରରେ ଲାଗିଲା କାହା ନଜର। ୬ ମାସ ତଳେ ଅସୁସ୍ଥ ହୋଇପଡ଼ିଲେ ପତ୍ନୀ ବାସନ୍ତୀ। ପ୍ରାଣପ୍ରିୟାଙ୍କର ଦେହ ଅସୁସ୍ଥ କଥା ଶୁଣି ଥୟ ହୋଇ ରହିପାରିଲେ ନାହିଁ ପ୍ରସନ୍ନ। କାମରେ ତାଙ୍କ ମନ ଲାଗିଲା ନାହିଁ। ତେଣୁ ସେ ଘରକୁ ଫେରି ଆସିଥିଲେ।

ପତ୍ନୀ ବାସନ୍ତୀଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପ୍ରସନ୍ନ। ମେଡ଼ିକାଲ୍‌ରେ ଚେକ୍‌ଅପ୍‌ ପରେ ବାସନ୍ତୀଙ୍କ ପେଟରେ ଟ୍ୟୁମର ହୋଇଥିବା ଜଣିବାକୁ ପାଇଥିଲେ। ଏହା ପରେ ତାଙ୍କୁ ଅପରେସନ୍‌ କରାଯାଇଥିଲା। ସେହି ସମୟରେ ବାସନ୍ତୀଙ୍କୁ କ୍ୟାନ୍‌ସର ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ପ୍ରସନ୍ନଙ୍କୁ ଡାକ୍ତର କହିଥିଲେ।

Advertisment

ପତ୍ନୀଙ୍କ କ୍ୟାନ୍‌ସର ହୋଇଥିବା ଶୁଣି ମେଡ଼ିକାଲ୍‌ରେ ପ୍ରସନ୍ନଙ୍କ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ପ୍ରସନ୍ନଙ୍କ ଅପରେସନ କରାଯାଇଥିଲା। ଏବେ ସେ କୋମାରେ ଅଛନ୍ତି। ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବଡ଼ପୁଅ ବାଦଲ ଡାକ୍ତରଖାନାରେ ତାଙ୍କୁ ଜଗିଥିବା ବେଳେ ନବମ ଶ୍ରେଣୀରେ ପଢୁଥିବା ସାନ ପୁଅ ରାଖଲ ପାଠ ଛାଡି ଘରେ ରୋଗୀଣା ମାଆଙ୍କ ସେବା କରୁଛନ୍ତି।

ଏପଟେ ବାପା-ମାଆଙ୍କ ଚିକିତ୍ସାର ବୋଝ, ସେପଟେ ପରିବାର ଭରଣପୋଷଣ ବୋଝ। ବାପା-ମାଆଙ୍କ ଚିକିତ୍ସା ପାଇଁ ପାଖରେ କିଛି ନାହିଁ। କେମିତି ବାପା ମାଆଙ୍କ ଚିକିତ୍ସା କରିବେ? ସେହି ଚିନ୍ତାରେ ଦୁଇ ଭାଇ? ସହାୟତା ଯୋଗାଇଦେବାକୁ ଛଳ ଛଳ ଆଖିରେ ଆକୁଳ ନିବେଦନ କରିଛନ୍ତି ଦୁଇ ଭାଇ।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe