Advertisment

ପୁଅକୁ ବିଦ୍ୟୁତ୍ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ

ଅଭିଯୋଗ ମୁତାବକ, ପାଚେରୀ ନଥାଇ ଖୋଲାରେ ରହିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍ ତାର ରାସ୍ତାରେ ଝୁଲୁଥିଲା। ଏହି ସମୟରେ ଲକ୍ଷ୍ମୀ ବିହାର ଅଞ୍ଚଳର ୧୦ବର୍ଷର ଶିଶୁ ଗୋପାଳ ସିଧୁ ଖେଳୁଥିବା ବେଳେ ଏହା ସଂସ୍ପର୍ଶରେ ଆସି ଯାଇଥିଲା।

representational image

representational image

Advertisment

ପୁଅକୁ ବିଦ୍ୟୁତ୍ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ। ଆଜି କଟକ ଜିଲ୍ଲା ଚୌଦ୍ଵାର ଆଗ୍ରାହାଟ ପଞ୍ଚାୟତ ଲକ୍ଷ୍ମୀ ବିହାର ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ ବିଭାଗର ବେପୁରିଆ କାର୍ଯ୍ୟ ପାଇଁ ଏଭଳି ଏକ ଦୁଃଖଦ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଲକ୍ଷ୍ମୀ ବିହାର ଅଞ୍ଚଳର ଟୁନା ସିଧୁ।

Advertisment

ଉତ୍ତ୍ୟକ୍ତ ଲୋକେ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ଚାରବାଟିଆ-ମଙ୍ଗରାଜପୁର ରାସ୍ତାକୁ ପ୍ରାୟ ୪ ଘଣ୍ଟାଧରି ଅବରୋଧ କରିଥିଲେ। କ୍ଷତିପୂରଣ ବାବଦରେ ୨ଲକ୍ଷ ଟଙ୍କା ପ୍ରଦାନ ସହିତ ମୃତକଙ୍କ ସ୍ତ୍ରୀକୁ ନିଯୁକ୍ତି ଦାବି ହୋଇଥିଲା। ଦାବି ପୂରଣ ବିଚାର କରାଯିବ ବୋଲି ବିଦ୍ୟୁତ୍ ବିଭାଗ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ଅଭିଯୋଗ ମୁତାବକ, ପାଚେରୀ ନଥାଇ ଖୋଲାରେ ରହିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍ ତାର ରାସ୍ତାରେ ଝୁଲୁଥିଲା। ଏହି ସମୟରେ ଲକ୍ଷ୍ମୀ ବିହାର ଅଞ୍ଚଳର ୧୦ବର୍ଷର ଶିଶୁ ଗୋପାଳ ସିଧୁ ଖେଳୁଥିବା ବେଳେ ଏହା ସଂସ୍ପର୍ଶରେ ଆସି ଯାଇଥିଲା। ସେ ବିଦ୍ୟୁତ୍‌ ତାରରେ ଫସି ଛଟପଟ ହେଉଥିବା ଦେଖି ତାହାର ବାପା ଟୁନା ସିଧୁ ବଞ୍ଚାଇବାକୁ ଦୌଡ଼ି ଯାଇଥିଲା। ପୁଅକୁ ବଞ୍ଚାଇବାକୁ ସେ ବିଦ୍ୟୁତ୍ ତାରକୁ ଭିଡ଼ି ନେଇଥିଲେ। ତେଣୁ ସେ ମଧ୍ୟ ବିଦ୍ୟୁତ୍‌ ଆଘାତ ଖାଇଥିଲେ। ବାପା ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି କଟକ ଏସ୍‌ସିବିରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ପୁଅ ଜୀବନ ଫେରି ପାଇଛି। ହେଲେ ତାର ହାତ ପାପୁଲି ଛିଣ୍ଡି ଯିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ମାତ୍ର ବାପା ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛି।

Advertisment

ଟୁନା ସିଧୁଙ୍କ ଦୁଇଟି ସନ୍ତାନ ଥିବା ବେଳେ ତାଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Cuttack Killers Electric Shock
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe