/odisha-reporter/media/post_attachments/uploadimage/library/16_9/16_9_0/IMAGE_1689093902.jpg)
representational image
ରାଜ୍ୟରେ ଗହମ ଓ ଚାଉଳର ବଜାର ଦରକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ଓଡ଼ିଶାରେ ତା’ର ବଳକା ୩୧୨୦୦ ମେଟ୍ରିକ ଟନ୍ ଗହମ ଓ ଚାଉଳକୁ ଖୋଲା ବଜାରରେ ବିକ୍ରି କରିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱରସ୍ଥିତ ଏଫସିଆଇର ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Advertisment
ସୂଚନା ଅନୁସାରେ, କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବିତରଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏଫସିଆଇ ତା’ର ଓଡ଼ିଶାର ୧୭ଟି କେନ୍ଦ୍ରରେ ବଳକା ଥିବା ୨୧୨୦୦ ମେଟ୍ରିକ ଟନ୍ ଗହମ ଓ ୧୦ହଜାର ମେଟ୍ରିକ ଟନ୍ ଚାଉଳକୁ ଇ-ନିଲାମୀ ମାଧ୍ୟମରେ ଘରୋଇ ବଜାରରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଏହି ଯୋଜନାରେ ଏଫସିଆଇ ଦ୍ୱାରା ଛୋଟ ଓ ହୋଲସେଲ ବ୍ୟବସାୟୀଙ୍କୁ ପ୍ରତି ସପ୍ତାହରେ ଗହମ ଓ ଚାଉଳ ପ୍ରଦାନ କରାଯିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
