Advertisment

ସରକାରୀ ଟଙ୍କା ହେରଫେର ଅଭିଯୋଗରେ ମହିଳା ଓଏଏସ୍ ଅଫିସର ଗିରଫ

ତଦନ୍ତବେଳେ ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି ଯେ ବର୍ତ୍ତମାନର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନ ମଧ୍ୟ ବେଲପାହାଡ଼ ପୌର ପରିଷଦର କ୍ୟାସବୁକ୍ ଯାଂଚ ନକରି ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିସାରିଛନ୍ତି ।

Madhu

Madhu

Advertisment

ପ୍ରାୟ ୪କୋଟି ଟଙ୍କା ହେରଫେର ଅଭିଯୋଗରେ ମହିଳା ଓଏଏସ୍ ଅଫିସର ମଧୁସ୍ମିତା ସିଂଙ୍କୁ ଆଜି ଓଡ଼ିଶା ପୁଲିସର ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି । ମଧୁସ୍ମିତା ଏବେ ମୟୂରଭଞ୍ଜ ଜିଲ୍ଲାର ଜାମଦା ତହସିଲରେ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ ଓ ବେଲପାହାଡ଼ ପୌର ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ଏହି ଆର୍ଥିକ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ମଧୁସ୍ମିତାଙ୍କୁ ରାଜସ୍ୱ ବିଭାଗ ଇତିମଧ୍ୟରେ ଚାକିରିରୁ ନିଲମ୍ବନ କରିସାରିଛି ।

Advertisment

ସୂଚନା ଅନୁସାରେ, ବେଲପାହାଡ଼ ପୌର ପରିଷଦରେ କୋଟିକୋଟି ଟଙ୍କା ହେରଫେର ମାମଲାରେ ଅର୍ଥନୀତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି । ବେଲପାହାଡ଼ ପୁଲିସ ପ୍ରଥମେ ଏହି ମାମଲାର ପ୍ରାଥମିକ ତଦନ୍ତ କରିଥିଲା ଓ ଗତ ଅଗଷ୍ଟ ୨୭ତାରିଖରେ ଅର୍ଥନୀତିକ ଅପରାଧ ଶାଖାକୁ ମାମଲା ହସ୍ତାନ୍ତର ହୋଇଛି । ଏହି ଆର୍ଥିକ ହେରଫେର ମାମଲାରେ ବେଲପାହାଡ଼ ପୌର ପରିଷଦର ଟ୍ରେଜରର ବିଭୂତି ସାହୁଙ୍କୁ ପୁଲିସ ଗିରଫ କରିସାରିଛି । ମଧୁସ୍ମିତା ବେଲପାହାଡ଼ା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ପ୍ରାୟ ୪କୋଟି ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ହୋଇଥିବା କୁହାଯାଉଛି ।

ଅର୍ଥନୀତିକ ଅପରାଧ ଶାଖାର ତଦନ୍ତରୁ ମଧ୍ୟ ଏହି ଆର୍ଥିକ ହେରଫେର ସ୍ପଷ୍ଟ ହୋଇଛି । ତଦନ୍ତବେଳେ ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି ଯେ, ବର୍ତ୍ତମାନର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନ ମଧ୍ୟ ବେଲପାହାଡ଼ ପୌର ପରିଷଦର କ୍ୟାସବୁକ୍ ଯାଂଚ ନକରି ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିସାରିଛନ୍ତି । ଶ୍ରୀ ପ୍ରଧାନଙ୍କୁ ମଧ୍ୟ ଆବଶ୍ୟକ ଦସ୍ତାବିଜ ସହ ହାଜର ହେବା ପାଇଁ ଇଓଡବ୍ଲ୍ୟୁ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି ।

Advertisment

ଶ୍ରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିବା ସମୟରେ ପୌର ପରିଷଦର କ୍ୟାସବୁକର ସ୍ଥିତି କ’ଣ ଥିଲା ଓ ସେ କେଉଁ ଆଧାରରେ ଏହି ଅର୍ଥ ପ୍ରଦାନକୁ ଅନୁମୋଦନ କରିଥିଲେ ତାହା ଇଓଡବ୍ଲ୍ୟୁ ଯାଂଚ କରିବ ବୋଲି ଜଣାପଡ଼ିଛି ।

ବେଲପାହାଡ଼ ପୌରପରିଷଦର ଏହି ଆର୍ଥିକ ହେରଫେର ପଦାକୁ ଆସିବା ପରେ ଟ୍ରେଜେରୀ ବିଭାଗ, ଟ୍ରେଜେରୀ ନିର୍ଦ୍ଦେଶାଳୟ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରଶାସନିକ ଅବହେଳା ମଧ୍ୟ ଉଜାଗର ହୋଇଛି ।

Odisha Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe