Advertisment

୧୬ରେ ଓଡ଼ିଶା ଆସିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ୧୬ତାରିଖରେ ଭୁବନେଶ୍ୱରରେ ପହଂଚି ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଅଦ୍ୟତନ ହୋଇଛି
Odisha

Odisha

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧୬ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଭୁବନେଶ୍ୱରରେ ହେବାକୁ ଥିବା ୩ଦିନିଆ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

ସୂଚନା ଅନୁସାରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ୧୬ତାରିଖରେ ଭୁବନେଶ୍ୱରରେ ପହଂଚି ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ   ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ୧୭ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରରେ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ।

ଏହି ଜାତୀୟ ଆକାଉଣ୍ଟଣ୍ଟ ସମ୍ମିଳନୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆୟୋଜକ କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ କହିଛନ୍ତି ଯେ, ଏହି ସମ୍ମିଳନୀକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଉଦଘାଟନ କରିବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ପ୍ରାୟ ୧୫୦୦ଜଣ ଚାଟାର୍ଡ ଆକାଉଣ୍ଟଣ୍ଟ ଯୋଗଦେବ।

Advertisment

ଏହି ସମ୍ମିଳନୀ ଅଗଷ୍ଟ ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଇନଷ୍ଟିଚ୍ୟୁଟ୍ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ(ଆଇସିଏଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ଏହି ଜାତୀୟ ସମ୍ମିଳନୀ ଆୟୋଜନ କରାଯାଉଛି ।

Bjp Odisha FM Nirmala Sitharaman State Bjp Nirmala Sitharaman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe