Advertisment

କାମିୟା ଜାନି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏଫଆଇଆର

ତାଙ୍କୁ ମହାପ୍ରସାଦ ଖାଇବାକୁ ଦିଆଯାଇଥିଲା। ତାଙ୍କୁ ଏପରି କାମ କରିବାକୁ  ପ୍ରୋତ୍ସାହିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି।

author-image
Hemant Lenka
Kamiya

Kamiya

ସିଂହଦ୍ୱାର ଥାନାରେ ଦୁଇଟି ଏଫଆଇଆର ଦେଇଛି ଜଗନ୍ନାଥ ସେନା। ଦୁଇଟି ପ୍ରସଙ୍ଗରେ ସଂଗଠନ ପକ୍ଷରୁ ସିଂହଦ୍ଵାର ଥାନାରେ ଅଭିଯୋଗ କରାଯାଇଛି। ୟୁଟ୍ୟୁବର କାମିୟା ଜାନି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଜଗନ୍ନାଥ ସେନା ଏଫଆଇଆର କରିଛି। ଏଥିସହ କାମିୟା ଜାନି ଗୋମାଂସ ଖାଇଥିବା ସଂଗଠନ ଅଭିଯୋଗ କରିଛନ୍ତି।

Advertisment

ସେ ଗୋମାଂସ ଖାଇବା ସହ ବୁର୍ଖାର ପ୍ରଚାର କରୁଛନ୍ତି। ତାଙ୍କୁ କିଏ ଓ କାହିଁକି ମନ୍ଦିରରେ ପ୍ରବେଶ କରାଇଥିଲେ? ତାଙ୍କୁ ମହାପ୍ରସାଦ ଖାଇବାକୁ ଦିଆଯାଇଥିଲା। ତାଙ୍କୁ ଏପରି କାମ କରିବାକୁ  ପ୍ରୋତ୍ସାହିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି। କାମିୟା ଜାନିଙ୍କୁ ବିଜେଡି ନେତା ଭିକେ ପାଣ୍ଡିଆନ୍ ଶ୍ରୀମନ୍ଦିର ଭିତରକୁ ନେଇଥିବାରୁ ତାଙ୍କ ନାମରେ ମଧ୍ୟ ଅଭିଯୋଗ କରିଛି ସେନା।

ସେହିପରି ଆସନ୍ତା ୩୧ ତାରିଖରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କୁ ପହୁଡ଼ ନୀତି ନ କରିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାକୁ ଜଗନ୍ନାଥ ସେନା ବିରୋଧ କରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭଳି ନିଷ୍ପତ୍ତିକୁ ପରମ୍ପରା ବିରୋଧୀ କହିବା ସହ ତାଙ୍କ ବିରୋଧରେ ମଧ୍ୟ ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, “ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଦୁଇଟି ପୃଥକପୃଥକ ଏତଲା ଦାଏର କରାଯାଇଛି। ପ୍ରଥମ ଏତଲା କାମିୟା ଜାନିଙ୍କ ବିରୋଧରେ ହୋଇଛି। ତାଙ୍କୁ ମହାପ୍ରସାଦ ଓ ଶ୍ରୀମନ୍ଦିରର ବିଜ୍ଞାପନ କରିବା ପାଇଁ ତାଙ୍କୁ ଏଠାକୁ କିଏ ଆଣିଥିଲେ, ତା’ର ଯାଞ୍ଚ କରି ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେମାନଙ୍କୁ ଗିରଫ କରାଯାଉ।

ଦ୍ୱିତୀୟ ଏଫଆଇଆର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଦିଆଯାଇଛି। ସେ କହୁଛନ୍ତି ଯେ ଡିସେମ୍ବର ୩୧ରେ ମହାପ୍ରଭୁ ଅନିଦ୍ରା ଓ ଉପବାସ ରହିବେ। ୩୧ ତାରିଖ କ’ଣ? ନୀତିକାନ୍ତିରେ ମୁଣ୍ଡ ପୂରାଇବାକୁ ମୁଖ୍ୟ ପ୍ରଶାସକ କିଏ? ଏଇଟା ଆମର ନୂଆବର୍ଷ ନୁହଁ। ସେହିପରି କେଉଁ ଭକ୍ତ ରାତି ଅଧରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବ ବୋଲି କହିଛି? ଭିଆଇପିମାନଙ୍କର ଚାମଚାଗିରି କରିବାକୁ ମହାପ୍ରଭୁଙ୍କୁ ଅନିଦ୍ରା ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏହି ବେଆଇନ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଏଫଆଇଆର ହୋଇଛି। ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ଓ ତାଙ୍କୁ ଗିରଫ କରାଯାଉ।”

ଅଳ୍ପ କିଛିଦିନ ତଳେ ୟୁଟ୍ୟୁବ ବ୍ଲଗର କାମିୟା ଜାନିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଭିକେ ପାଣ୍ଡିଆନ ପୁରୀ ଶ୍ରୀମନ୍ଦିର ଭିତରକୁ ନେଇ ତାଙ୍କ ସହ ମହାପ୍ରସାଦ ସେବନ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।

Odisha Puri Shreemandir Puri Kamiya-jani