Advertisment

ଆପେ ଆପେ ଲାଗୁଛି ନିଆଁ, ଆଖି ପିଛୁଳାକେ ସବୁ ପୋଡ଼ି ପାଉଁଶ

ଭୋକଉପାସରେ ଲୋକେ ଦିନ କାଟୁଥିବା ବେଳେ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା କାହାର ଦେଖା ମିଳୁନି।

Fire

Fire

Advertisment

ଆପେ ଆପେ ଲାଗୁଛି ନିଆଁ, ଆଖି ପିଛୁଳାକେ ସବୁ ପୋଡ଼ି ପାଉଁଶ ହୋଇ ଯାଉଛି। ଭୟରେ ଲୋକେ ଚୁଲି ଲଗାଉ ନ ଥିବା ବେଳେ ଘରେ ଥିବା ସବୁ ଜିନିଷ ପୋଡ଼ି ପାଉଁଶ ହୋଇ ସାରିଲାଣି। ଏପରିସ୍ଥିତିରେ ଭୋକଉପାସରେ ଲୋକେ ଦିନ କାଟୁଥିବା ବେଳେ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା କାହାର ଦେଖା ମିଳୁନି। ଏପରି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବାରବାଟି ଗ୍ରାମରେ ଘଟିଛି।

Advertisment

ଗତ ବର୍ଷ ବାରବାଟି ଗ୍ରାମରେ ଏପରି ଘଟଣା ଘଟିଥିବା ବେଳେ ଏଥର ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଗତ ମଙ୍ଗଳବାରଠୁ ଏହି ଘଟଣାର ଆରମ୍ଭ ହୋଇଛି। ଲୋକେ ଘରେ ବସିଥିବା ବେଳେ ହଠାତ୍‌ ନିଆଁ ଲାଗି ସବୁ ଜିନିଷ ଜଳି ପୋଡ଼ି ଯାଉଛି। ନିଆଁର ଆଁରେ ଲୋକଙ୍କ ଲୁଗାପଟା, ବହିପତ୍ର, ଧାନଚାଉଳ ସମେତ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଉଛି।

ଭୟଭୀତ ହୋଇ ଲୋକେ ଘରେ ଶୋଉ ନ ଥିବା ବେଳେ ଚୁଲି ଲଗାଉ ନାହାନ୍ତି। ଫଳରେ ୫,୬ ଦିନ ହେବ ଚୁଡ଼ା, ମୁଢ଼ି, ବିସ୍କୁଟ ଖାଇ ବଞ୍ଚିଛନ୍ତି। ବନ୍ଧୁବାନ୍ଧକ ସମବେଦନା ଜଣାଇ କେତେବେଳେ ରନ୍ଧା ଖାଦ୍ୟ ଖାଇବାକୁ ଆଣି ଦେଉଥିବା ବେଳେ ଅନ୍ୟ ସମୟରେ ପାଣି ପିଇ ରହି ଯାଉଛନ୍ତି। ଘରେ ଶୋଇବାକୁ ଲୋକେ ଡରୁଥିବା ବେଳେ ବର୍ଷାରେ ବି ଦାଣ୍ଡ ବାରଣ୍ଡାରେ ଶୋଉଉନ୍ତି।

Advertisment

ଏହାସତ୍ତ୍ୱେ ପ୍ରଶାସନିକ ଅଧିକାର କିମ୍ବା ରାଜନେତା ଦୁଃଖ ବୁଝିବାକୁ ଆସି ନ ଥିବା କୋହଭରା କଣ୍ଠରେ କହିଛନ୍ତି ଗ୍ରାମବାସୀ। ୱାର୍ଡମେମ୍ବର ଥରେ ଆସି ଚୁଡ଼ା, ବିସ୍କୁଟ ଦେଇ ଯାଇଥିବା ବେଳେ ତା’ ପରେ ଆଉ କାହାରି ଦେଖା ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

ଆମେ ସର୍ବସ୍ୱ ହରାଇ ସାରିଲୁଣି। ଆମର ସବୁ କିଛି ପୋଡ଼ି ଭସ୍ମ ହୋଇଗଲାଣି, ତଥାପି ପ୍ରଶାସନିକ ଅଧିକାରୀଙ୍କ ଦେଖା ନାହିଁ, ସାହାଯ୍ୟ ତ ଦୂରର କଥା ବୋଲି କହିଛନ୍ତି ଗ୍ରାମବାସୀ। ଏଥିସହ ସବୁବେଳେ ଭୟଭୀତ ଅବସ୍ଥାରେ ରହୁଥିବାରୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସେମାନେ ଦାବି କରିଛନ୍ତି।

Puri Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe