ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ତାଙ୍କ ଘରେ କିଛି ଯୁବକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ନିଆଁରେ ଘରର ସବୁ ଆସବାବ ପତ୍ର ପୋଡ଼ି ଯାଇଛି। ହେଲେ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି।
ଅଭିଯୋଗ ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ତଳାଙ୍ଗ ଗ୍ରାମରେ ରହୁଥିବା ଗୋବିନ୍ଦ ଜେନାଙ୍କର ଗତ ଦୁଇ ଦିନତଳେ କୌଣସି କଥାକୁ ନେଇ ଜେନା ସାହିର କିଛି ଲୋକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲା। ଉଭୟ ପକ୍ଷ ବୁଝାମଣା ପାଇଁ କିଛି ଦିନ ସମୟ ନେଇଥିଲେ।
Also Read
କିନ୍ତୁ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଜେନା ସାହିର କିଛି ଯୁବକ ଆସି ଗୋବିନ୍ଦ ଜେନାଙ୍କ ଘର କବାଟ ବାଡ଼େଇଥିଲେ। ଘରୁ ବାହାରି ଆସିବାରୁ ଗୋବିନ୍ଦଙ୍କୁ ଯୁବକମାନେ ପ୍ରବଳ ମାଡ଼ ମାରିଥିଲେ। ପରେ ଘରେ ନିଆଁ ଲଗାଇଦେଇଥିବା ଗୋବିନ୍ଦ ଅଭିଯୋଗ କରିଛନ୍ତି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର। ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର। ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା'ଙ୍କୁ ଓଡ଼ିଶା କ୍ୟାଡର।
Miscellaneous
ମାଲକାନଗିରିରେ ହେବ ସିମେଣ୍ଟ କାରଖାନା, ନିଯୁକ୍ତି ପାଇବେ ୨୦୦୦
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର ଦକ୍ଷିଣରୁ ଉତ୍ତରକୁ ଯୋଡାଯିବ। ମାଲକାନଗିରି ଶେଷ ସୀମା ମୋଟୁରୁ ମୟୂରଭଞ୍ଜର ତିରିଂ ପର୍ଯ୍ୟନ୍ତ ୬ ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ରେଳ ଲାଇନ୍ ଓ ଏନ୍ଏଚ୍ କାମକୁ ତ୍ୱରାନ୍ୱିତ କରାଯିବ।
Miscellaneous
ସାପ ଧରି ମେଡ଼ିକାଲ୍ରେ ପହଞ୍ଚିଲେ ଚାଷୀ
ଧାନ ଅମର କାମ ଚାଲିଛି। ତେଣୁ ଶୀତୁଆ ସକାଳରେ ବିଲକୁ କାମ କରିବା ପାଇଁ ଯାଇଥିଲେ ପାଖର ପଞ୍ଚାୟତ ସାନ ବିରିପଡା ଗାଁର ଭରତ ବେହେରା। ବିଲରେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା।
Miscellaneous
୮ମାସ ପରେ କାର୍ଯ୍ୟକ୍ଷମ ହେବ ମହାନଦୀ ଟ୍ରିବ୍ୟୁନାଲ, ଜଷ୍ଟିସ ବେଲା ଏମ ତ୍ରିବେଦୀ ନୂଆ ଅଧ୍ୟକ୍ଷ
କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ତ୍ରିବେଦୀଙ୍କୁ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
Miscellaneous
ଅପରାହ୍ନ ୧ଟାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ମରାମତି ସମୟରେ ଡାକ୍ତରୀ ଟିମ୍, ଅଗ୍ନିଶମ କର୍ମଚାରୀ ଓ ଏଏସ୍ଆଇର ସ୍ୱତନ୍ତ୍ର ଟିମ୍ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବେ। ରତ୍ନଭଣ୍ଡାର ମରାମତି ସମୟରେ ଏଏସ୍ଆଇର କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କର ଆଇ କାର୍ଡ ଦିଆଯିବ।