Advertisment

ଶସ୍ତା ହେଲା ଇଲିଶି, କିଲୋ ୨୫୦ ଟଙ୍କା

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୫୦୦ ଗ୍ରାମ ଓଜନର ଇଲିଶି କିଲୋ ୫୫୦ ଟଙ୍କା ଓ କେଜିକିଆ ଓଜନର ଇଲିଶି ୧୦୦୦ ଟଙ୍କାରେ ବିକ୍ରି ହେଉଛି। ଆଉ ୫୦୦ ଗ୍ରାମରୁ କମ୍‌ ଓଜନର ଇଲିଶି କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Fish

Fish

ବର୍ଷା ପାଗରେ ପାଟି ଚାଖିବ ଇଲିଶି ଝୋଳ। ଶସ୍ତା ହୋଇଛି ଇଲିଶି। କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଯେଉଁଥିପାଇଁ ଲାଗୁଛି ବେପାରୀ ଓ ଖାଉଟିଙ୍କ ଭିଡ। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମାଛ ମାର୍କେଟରୁ। ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ମିଳୁଥିବାରୁ ଇଲିଶି ଶସ୍ତା ହୋଇଥିବା ମତ୍ସ୍ୟଜୀବୀମାନେ ମତପ୍ରକାଶ କରିଛନ୍ତି। ସିଏ ଯାହା ହେଉନା କାହିଁକି ଇଲିଶି ଶସ୍ତା ହୋଇଥିବାରୁ ଖାଉଟି ବେଶ୍‌ ଖୁସ୍‌।

Advertisment

ପ୍ରତିଦିନ ପରି ଶୁକ୍ରବାର ଓ ଶନିବାର ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ। ଫେରିଲା ବେଳେ ୩୪ରୁ ୪୦ ଟନ୍‌ ଇଲିଶି ଧରି ଫେରିଥିଲେ। ମୌସୁମୀର ପ୍ରଥମ ଛୁଆଁ ଯୋଗୁ ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ଜାଲରେ ପଡ଼ିଥିଲେ। ଅନେକ ସମୟରେ ଖାଲି ହାତରେ ଫେରୁଥିବା ମତ୍ସ୍ୟଜୀବୀମାନେ ହଠାତ ଏତେ ପରିମାଣର ଇଲିଶି ଦେଖି ଆଚମ୍ୱିତ ହୋଇଥିଲେ। ଆଗକୁ ଆହୁରି ଅଧିକ ଇଲିଶି ମିଳିବ। ତେଣୁ ଇଲିଶି ଶସ୍ତା ହେବ ବୋଲି ଆଶା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୫୦୦ ଗ୍ରାମ ଓଜନର ଇଲିଶି କିଲୋ ୫୫୦ ଟଙ୍କା ଓ କେଜିକିଆ ଓଜନର ଇଲିଶି ୧୦୦୦ ଟଙ୍କାରେ ବିକ୍ରି ହେଉଛି। ଆଉ ୫୦୦ ଗ୍ରାମରୁ କମ୍‌ ଓଜନର ଇଲିଶି କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଯେଉଁଥିପାଇଁ ଦୀଘା ମାଛ ମାର୍କେଟରେ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଭିଡ ପ୍ରବଳ ଜମିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ଅଚାନକ ଜାଲରେ ଅଧିକ ଇଲିଶି ପଡ଼ିବାର କାରଣ କ’ଣ? ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରେ ଚାରଣ କରୁଥିବା ଇଲିଶିମାନେ ଭାରତ ଉପକୂଳ ମୁହାଁ ହୋଇଛନ୍ତି। ସେମାନେ ଯାଆଁଳା ଛାଡିବା ପାଇଁ ଏବଂ ସମୁଦ୍ର ଓ ନଦୀର ସଂଯୋଗ ସ୍ଥଳକୁ ମଧୁର ଜଳ ପାନ କରିବାକୁ ଆସିଥାଆନ୍ତି। ଇଲିଶିମାନେ ଦଳଦଳ ହୋଇ ଆସୁଥିବା ବେଳେ ମତ୍ସଜୀବୀଙ୍କ ଜାଲରେ ଧରା ପଡ଼ି ଯାଆନ୍ତି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Fish