Advertisment

୫୦ଟଙ୍କାରେ ମିଳୁଛି ମାଛ; ବୋହି ନେଉଛନ୍ତି ଲୋକେ

ମାଛ କିଣିବାକୁ ଲୋକଙ୍କର ଭିଡ଼ ଜମୁଛି। ବାହାରୁ ଲୋକ ମଧ୍ୟ କମ୍‌ ଦରରେ ମାଛ କିଣି ନେଉଛନ୍ତି।

ଅଦ୍ୟତନ ହୋଇଛି
Fish

Fish

Advertisment

ବଜାରରେ ଟମାଟୋ କେଜି ୧୦୦ ଟଙ୍କାରେ ମିଳୁଥିବା ବେଳେ ମାତ୍ର ୫୦ଟଙ୍କାରେ ମିଳୁଛି କେଜିଏ ମାଛ। ରୋହି, ଭାକୁର ଓ ବାଳିଆ ଭଳି ବିଭିନ୍ନ ମାଛ କେଜିକୁ ମାତ୍ର ୫୦ ଟଙ୍କାରେ ବିକ୍ରି କରାଯାଉଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତିଖାଲି ଡେମ୍ ଅଞ୍ଚଳରରେ କମ୍‌ ଦରରେ ମାଛ ମିଳୁଛି।

Advertisment

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁନ୍ଦର ନଦୀକୁ ଗୋଳି ପାଣି ଆସୁଥିବାରୁ ନଦୀରେ ପ୍ରବଳ ମାଛ ଆସିଛନ୍ତି। ନଈପଠାରେ ଶହ ଶହ ଲୋକ କୁଇଣ୍ଟାଲ କୁଇଣ୍ଟାଲ ମାଛ ଧରୁଛନ୍ତି। କିଏ ବସ୍ତାରେ ତ ଆଉ କିଏ ଟ୍ରାକ୍ଟରରେ ବୋହି ନେଉଛନ୍ତି ମାଛ। ସୁନ୍ଦର ନଦୀ ଘାଟରେ ମାଛ କେଜି ୫୦ ଟଙ୍କାରେ ବିକ୍ରି  କରାଯାଉଛି। ମାଛ କିଣିବାକୁ ଲୋକଙ୍କର ଭିଡ଼ ଜମୁଛି। ବାହାରୁ ଲୋକ ଆସି ମଧ୍ୟ କମ୍‌ ଦରରେ ମାଛ କିଣି ନେଉଛନ୍ତି। 

ଜଣେ ଗ୍ରାହକ କହିଛନ୍ତି, ମୁଁ ସୁନ୍ଦର ନଦୀ ଦେଇ ଯାଉଥିଲି। ମାଛ କେଜି  ୪୦ରୁ ୫୦ ଟଙ୍କାରେ ବିକ୍ରି ଯାଉଥିବା ଜାଣିବାକୁ ପାଇଲି। ମୁଁ କିଛି ମାଛ ଘରକୁ କଣି ନେଇଗଲି। 

Advertisment
Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe