Advertisment

ଡିନାମାଇଟ୍‌ରେ ମାଛ ମାରିବା ବେଳେ ମତ୍ସ୍ୟଜୀବୀ ମୃତ

ଡିନାମାଇଟ ବିଷ୍ଫୋରଣ କରି ମାଛ ଧରିବାକୁ ଚେଷ୍ଟା କରୁଥିବା ବେଳେ ଅଘଟଣ ଘଟିଛି। ଡିନାମାଇଟ ଟି ପାଣିରେ ପଡ଼ିବା ପୂର୍ବରୁ ଅତି ପାଖରେ ଫୁଟିଯାଇଥିଲା। ଫଳରେ କ୍ଷମାନିଧିଙ୍କର ଡ଼ଙ୍ଗାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Deadbody

Deadbody

Advertisment

ଡିନାମାଇଟ ବିଷ୍ଫୋରଣରେ ଜଣେ ମତ୍ସ୍ୟଜୀବୀ ମୃତ। ଅଳ୍ପକେ ବର୍ତ୍ତିଗଲେ ଅନ୍ୟ ଦୁଇ ମତ୍ସ୍ୟଜୀବୀ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଭୁଲକାବାହାଲ ଗାଁ ନିକଟ ରେଙ୍ଗାଳି ଜଳଭଣ୍ଡାର ରେ ଏଭଳି ଅଘଟଣ ଘଟିଛି। ମୃତକ ହେଲେ କ୍ଷମାନିଧି ଧିବର।

Advertisment

କ୍ଷମାନିଧି ଦୁଇଜଣ ମତ୍ସ୍ୟଜୀବୀଙ୍କ ସହ ଡଙ୍ଗା ସାହାଯ୍ୟରେ ରେଙ୍ଗାଳି ଜଳଭଣ୍ଡାର ଭିତରକୁ ମାଛ ମାରିବା ପାଇଁ ଯାଇଥିଲେ। ଡିନାମାଇଟ ବିଷ୍ଫୋରଣ କରି ମାଛ ଧରିବାକୁ ଚେଷ୍ଟା କରୁଥିବା ବେଳେ ଅଘଟଣ ଘଟିଛି। ଡିନାମାଇଟ ଟି ପାଣିରେ ପଡ଼ିବା ପୂର୍ବରୁ ଅତି ପାଖରେ ଫୁଟିଯାଇଥିଲା। ଫଳରେ କ୍ଷମାନିଧିଙ୍କର ଡ଼ଙ୍ଗାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡଙ୍ଗା ଓଲଟି ପଡ଼ିବାରୁ ଅନ୍ୟ ଦୁଇ ମତ୍ସଜୀବୀ ପହଁରି ପହଁରି ନଦୀ କୂଳକୁ ପହଞ୍ଚିବା ସହ ଅଳ୍ପକେ ବର୍ତ୍ତିଗଲେ।

ଏନେଇ ଗାଁ ଲୋକ ଦେବଗଡ଼ ଅଗ୍ନିଶମ ବାହିନୀ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜଳଭଣ୍ଡାର ଭିତରୁ କ୍ଷମାନିଧିଙ୍କ ମୃତ ଦେହ ଉଦ୍ଧାର କରିଥିଲେ। କୁଣ୍ଢେଇଗୋଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Fisherman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe