Advertisment

ଜାଲରେ ପଡ଼ିଲେ ଦାମୀ ସୋଲପାଟିଆ ମାଛ, କେଜି ୮,୭୦୦ ଟଙ୍କା

ମତ୍ସ୍ୟଜୀବୀମାନେ ଗତ ସୋମବାର ଧାମରାର ଗଭୀର ସମୁଦ୍ରରୁ ଯାଇଥିବା ବେଳେ ଏହି ବିରଳ ପ୍ରଜାତିର ମାଛ ସେମାନଙ୍କ ଜାଲରେ ପଡ଼ିଥିଲା। ଏକକାଳୀନ ପ୍ରାୟ ୭ଟି ସୋଲପାଟିଆ ମାଛ ଜାଲରେ ପଡ଼ିଥିଲେ।

ଅଦ୍ୟତନ ହୋଇଛି
Fish

Fish

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରା ମୁହାଣ ଚନ୍ଦିନୀ ପାଳରେ ଜାଲରେ ପଡ଼ିଲେ ଦାମୀ ସୋଲପାଟିଆ ମାଛ । ଏହି ମାଛର କିଲୋ ୮ହଜାର ୭ ଶହ ଟଙ୍କା ରହିଛି । ଏହାକୁ ଦେଖିବାକୁ ଧାମରା ମୁହାଣରେ ବେଶ୍‌ ଭିଡ଼ ଜମିଥିଲା ।

Advertisment

ମତ୍ସ୍ୟଜୀବୀମାନେ ଗତ ସୋମବାର ଧାମରାର ଗଭୀର ସମୁଦ୍ରରୁ ଯାଇଥିବା ବେଳେ ଏହି ବିରଳ ପ୍ରଜାତିର ମାଛ ସେମାନଙ୍କ ଜାଲରେ ପଡ଼ିଥିଲା। ଏକକାଳୀନ ପ୍ରାୟ ୭ଟି ସୋଲପାଟିଆ ମାଛ ଜାଲରେ ପଡ଼ିଥିଲେ।

ଏହି ମାଛର ଔଷଧୀୟ ଗୁଣ ଥିବା ବେଳେ ଏହାକୁ ନିଲାମ ଧରିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଶେଷରେ କୋଲକାତାର ଜଣେ ବ୍ୟବସାୟୀ ଏହି ବିରଳ ପ୍ରଜାତି ମାଛ ନିଲାମ ଧରିଥିଲେ । ସେ ସମୁଦାୟ ୧ଲକ୍ଷ ୮ ହଜାର ୪ଶହ ଟଙ୍କାରେ ଏହି ୭ଟି ମାଛକୁ କିଣିଥିଲେ।  ଏହାପରେ ସେ ଏହି ମାଛକୁ  ଚେନ୍ନାଇର ଏକ ମେଡିସିନ୍ କମ୍ପାନୀକୁ ବିକ୍ରି କରିଥିବା ଜଣାଯାଇଛି। 

Advertisment
Bhadrak Fish
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe