Advertisment

ସମ୍ବଲପୁରରେ ଅଂଶୁଘାତ ଯୋଗୁ ୫ ଜଣଙ୍କ ମୃତ୍ୟୁ, ଆଉ ୧୧ ରିପୋର୍ଟକୁ ଅପେକ୍ଷା

୧୮ଟି ମୃତ୍ୟୁ ଘଟଣା ମଧ୍ୟରୁ ୭ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟ ଆସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି।

Heat Stroke

Heat Stroke

Advertisment

ସମ୍ବଲପୁର ଜିଲ୍ଲାରେ ୫ ଜଣଙ୍କର ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ଶନିବାର ସୁଦ୍ଧା ଜିଲ୍ଲାରେ ୧୮ଟି ଅସ୍ୱାଭାବିକ ମୃତ୍ୟୁ ଘଟଣା ଘଟିଥିଲା। ପ୍ରବଳ ଖରାରେ ହେଉଥିବା ବେଳେ ଏମାନଙ୍କ ମୃତ୍ୟୁ ହିଟଷ୍ଟ୍ରୋକରେ ହୋଇଥିବା ସନ୍ଦେହ କରାଯାଉଥିଲା।

Advertisment

କିନ୍ତୁ ୧୮ଟି ମୃତ୍ୟୁ ଘଟଣା ମଧ୍ୟରୁ ୭ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟ ଆସିଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ପଷ୍ଟ କରିଛନ୍ତି। ଏଥିସହ ଅବଶିଷ୍ଟ ୧୧ଟି ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବେ ସେ କହିଛନ୍ତି।

ତାଙ୍କ କହିବା କଥା ଯେ ମେ’ ମାସ ୨୯ରୁ ଜୁନ ୧ ତାରିଖ ଭିତରେ ୧୮ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା। ସମସ୍ତେ ହିଟଷ୍ଟ୍ରୋକରେ ପ୍ରାର ହରାଇଥିବା ଅଭିଯୋଗ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା।

Advertisment

ଯାଞ୍ଚ ବେଳେ ବର୍ତ୍ତମାନ ସୁଦ୍ଧା କେବଳ ୫ ଜଣଙ୍କ ମୃତ୍ୟୁ ହିଟଷ୍ଟ୍ରୋକରେ ହୋଇଥିବା ସ୍ପଷ୍ଟ ହୋଇଛି। ବାକି ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ କାରଣରୁ ହୋଇଛି। ଅଂଶୁଘାତ ସହ ଏହାର କୌଣସି ଲିଙ୍କ ନାହିଁ।

ଆଜି ସଂଧ୍ୟା ସୁଦ୍ଧା ବଳକା ୧୧ ଜଣଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଯିବ। ରିପୋର୍ଟ ଆସିବା ପରେ ଏମାନଙ୍କର ମୃତ୍ୟୁ ହିଟଷ୍ଟ୍ରୋକରେ ହୋଇଛି କି ନାହିଁ, ସେକଥା ସ୍ପଷ୍ଟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

Odisha Sambalpur Heat Wave Heat Stroke
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe