Advertisment

ସକାଳ ୮ଟାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ବିମାନ ଚଳାଚଳ

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିଲା। ଆଜି ସକାଳ ୮ଟାରୁ ଭୁବନେଶ୍ୱରରେ ବିମାନସେବା ସ୍ୱାଭାବିକ ହେବ ।

author-image
Niharika Rout
Bhubaneswar Airport

Bhubaneswar Airport

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିବା ବେଳେ ଆଜି ତାହା ସ୍ୱାଭାବିକ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ବାତ୍ୟା ‘ଦାନା’ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କଲା ସ୍ଥଳଭାଗ। ଏହାପରେ  ଆଜି ସକାଳ ୮ଟାରୁ ଭୁବନେଶ୍ୱରରେ ବିମାନସେବା ସ୍ୱାଭାବିକ ହେବ ।

Advertisment

ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। । ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା 

ଗତକଶଲି ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ଦାନା’।  ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ‘ଦାନା’ ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ।

Advertisment
Bhubaneswar