Flight
ରାଉରକେଲାରୁ କୋଲାକାତା ବିମାନ ଚାଲିବ । ସପ୍ତାହକୁ ୩ଦିନ ଚାଲିବ । ପ୍ରାରମ୍ଭିକ ଭଡ଼ା ୧୯୯୯ଟଙ୍କା ରହିଛି । ରାଜ୍ୟ ସରକାର ଏଥିପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସହଯୋଗରେ ରାଉରକେଲାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ । ମାତ୍ର ଦେଢ଼ଘଣ୍ଟା ମଧ୍ୟରେ ଏହି ଗନ୍ତବ୍ୟ ସ୍ଥଳକୁ ଯାଇ ହେବ । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହକୁ ୩ଦିନ ଏହି ଯାତ୍ରୀବାହୀ ବିମାନ ଉଡ଼ାଣ କରିବ । ରାଜ୍ୟ ସରକାର ୩୫ଟି ଆସନ ପାଇଁ ଏହି ଫଣ୍ଡିଂ ବ୍ୟବସ୍ଥା କରିଛନ୍ତି। ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ ଚଳାଚଳ କରିବ । ଏହି ବିମାନ ସେବା ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ସୃଷ୍ଟି ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Flight__1703596236.jpg)