Advertisment

‘ବାଲିମେଳା ଜଳଭଣ୍ଡାରରେ ସୌର ଶକ୍ତିରୁ ଉତ୍ପନ୍ନ ହେବ ବିଦ୍ୟୁତ’

ବୈଠକ ପରେ ଶ୍ରୀ ସିଂଦେଓ କହିଛନ୍ତି, ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପର ନବୀକରଣ କରାଯିବ। ଏଠାରୁ ଆହୁରି ଅଧିକ ୬୦୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିବ।

author-image
Manoranjan Sial
ଅଦ୍ୟତନ ହୋଇଛି
Solar

Solar

ବାଲିମେଳା ଜଳଭଣ୍ଡାର ଭିତରେ ତିଆରି ହେବ ଫ୍ଲୋଟିଙ୍ଗ ପାୱାର ପ୍ରୋଜେକ୍ଟ। ଜଳଭଣ୍ଡାରେ ସୌର ଶକ୍ତିରୁ ଉତ୍ପନ୍ନ ହେବ ବିଦ୍ୟୁତ। ମାଲକାନଗିରି ଜିଲ୍ଲା ବାସୀଙ୍କୁ କମ୍‌ ଶୁଳ୍କରେ ମିଳିବ ବିଦ୍ୟୁତ ସେବା। ଆଜି ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

Advertisment

ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମାଲକାନଗିରି ଗସ୍ତରେ ଯାଇଛନ୍ତି। ସେ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ ବୁଲି ଦେଖିଲେ। ପରେ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ନେଇ ଆୟୋଜିତ ହୋଇଥିବା ସମୀକ୍ଷା ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ।

ବୈଠକ ପରେ ଶ୍ରୀ ସିଂଦେଓ କହିଛନ୍ତି, ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପର ନବୀକରଣ କରାଯିବ। ଏଠାରୁ ଆହୁରି ଅଧିକ ୬୦୦ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିବ। ଜଙ୍ଗଲ ବିଭାଗର ଅନୁମତି ମିଳିଲେ ୨୦୩୧ ମସିହା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ ପରିଦର୍ଶନ ପରେ ମାଲକାନଗିରି ଫେରିଆସିଥିଲେ। ଏଠାରେ କୃଷି ବିଭାଗ ତରଫରୁ ହୋଇଥିବା ସମୀକ୍ଷା ବୈଠକରେ ଯୋଗଦେବା ପରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାକୁ ଉଦ୍‌ଘାଟନ କରିଥିଲେ। ଆଜିଠାରୁ ଆରମ୍ଭ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବରେ ସେ ମୁଖ୍ୟଅତିଥି ଭାବେ ଯୋଗଦେବେ।

Malkangiri Bjp Solar System