୪ ଜିଲ୍ଲାର ୩୩ ବ୍ଲକରେ ବନ୍ୟା : ୨୬୪ ଗାଁ ଜଳବନ୍ଦୀ, ୪୦ହଜାର ଲୋକ ପ୍ରଭାବିତ

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ୧୪୧ଟି ଗାଁର ୩୫୬୫୪ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

Flood in Balasore

ବାଲେଶ୍ୱରରେ ବନ୍ୟା ପରିସ୍ଥିତି

Ordigital Desk
  • Published: Wednesday, 18 September 2024
  • Updated: 18 September 2024, 10:44 PM IST

Sports

Latest News

ଉପରମୁଣ୍ଡରେ ଲଗାଣବର୍ଷା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସର୍ବାଧିକ କ୍ଷତି ବାଲେଶ୍ୱର ଜିଲ୍ଲାରେ ହୋଇଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବନ୍ୟା ଜଳ ଯୋଗୁ ଜନଜୀବନ ପ୍ରଭାବିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି  ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ୪ଟି ଜିଲ୍ଲାର ୩୩ଟି ବ୍ଲକର ୨୬୪ଟି ଗାଁ ଓ ଦୁଇଟି ପୌରାଂଚଳରେ ବନ୍ୟାଜଳ ପ୍ରବେଶ ଯୋଗୁ ପ୍ରାୟ ୪୦ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ୧୪୧ଟି ଗାଁର ୩୫୬୫୪ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୧୧୬୩୨ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ୫୧ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲାର ମୋଟ ୧୨୬୨୭ଟି ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି । ୧୦୨ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଜିଲ୍ଲାର ବନ୍ୟା ପୀଡ଼ିତଙ୍କୁ ୧୭.୩ କ୍ୱିଂଟାଲ ଚୂଡ଼ା, ୩.୧୫କ୍ୱିଣ୍ଟାଲ ଗୁଡ଼, ୯୯ଟି ପଲିଥିନ୍ ବଂଟନ କରାଯାଇଛି । ୨ଟି ମେଡିକାଲ ଟିମ୍ ଓ ୨ଟି ଭେଟେନାରୀ ଟିମ୍ ମଧ୍ୟ ଏହି ବନ୍ୟା ପ୍ରଭାବିତ ଅଂଚଳରେ ମୁତୟନ ହୋଇଛନ୍ତି ।

Also Read

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁ ୨୨ଟି ବ୍ଲକର ୧୦୧ଟି ଗାଁ ପ୍ରଭାବିତ ହୋଇଛି । ବାରିପଦା ପୌରାଂଚଳର ୧୧ଟି ୱାର୍ଡରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ଜିଲ୍ଲାର ୨୦୩୫ଜଣ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବାବେଳେ ୧୬୦୩ଜଣ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୪ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇ ପ୍ରଭାବିତ ଖାଇବା ଦିଆଯାଉଛି । ୨ଟି ପଶୁଜନ୍ତୁଙ୍କ ମୃତ୍ୟୁ ହୋଇଛି । ୩୩୩ଟି ଘର ଆଂଶିକ ଓ ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲାର ମୋଟ ୫ଟି ବ୍ଲକ ଯଥା ପାଟଣା, ଚମ୍ପୁଆ, ସାହାଡ଼ପଡ଼ା, ହାଟଡିହି ଓ ହରିଚନ୍ଦନପୁର ବ୍ଲକର ମୋଟ ୨୨ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ୧୧୬୦ଜଣ ଲୋକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ୩୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ବ୍ଲକ ଓ ରାଉରକେଲା ମହାନଗର ନିଗମରେ ମୋଟ ୧୫୩ଜଣ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଲୋକଙ୍କୁ ଖାଦ୍ୟପୁଡ଼ିଆ ଯୋଗାଇ ଦିଆଯାଇଛି ।

ଏହି ସବୁ ବନ୍ୟା ପ୍ରଭାବିତ ଜିଲ୍ଲାରେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଏନଡିଆରଏଫ, ୭ଟି ଓଡ୍ରାଫ ଟିମ୍ ଓ ୧୪ଟି ଅଗ୍ନିଶମ ଟିମକୁ ମୁତୟନ କରାଯାଇଛି । ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ୫ଟି ଓଡ୍ରାଫ ଓ ୧୨ଟି ଅଗ୍ନିଶମ ବାହିନୀ ଟିମ୍ ଏବଂ ଭଦକ୍ରରେ ଗୋଟିଏ ଏନଡିଆରଏଫ୍ ଟିମକୁ ମୁତୟନ କରାଯାଇଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ଜାରି ସୂଚନାରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ଓ ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାଲେଶ୍ୱରରେ ବର୍ଷାଜନିତ ବନ୍ୟାରେ ୬ଟି ବ୍ଲକ ପ୍ରଭାବିତ ହୋଇଛି ଓ ୮ହଜାର ହେକ୍ଟର ଜମି ଜଳମଗ୍ନ ଅବସ୍ଥାରେ ଅଛି । ବିଶେଷକରି ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକର ୩୫ଟି ଗାଁ ଅଧିକ ପ୍ରଭାବିତ ହୋଇଛି । ପୂର୍ଣ୍ଣିମା ଯୋଗୁ ସମୁଦ୍ରରେ ଜୁଆର ଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇପାରୁନାର୍ହି । ଆଉ ଗୋଟିଏ ଦିନ ଭିତରେ ସ୍ଥିତିରେ ସୁଧାର ଆସିବ ବୋଲି ଶ୍ରୀ ମାଝୀ କହିଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ପହଂଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story