Advertisment

ଗାଁରେ ପଶିଲା ପାଣି; ବନ୍ଧ ଉପରେ ଲୋକେ

ଆଜି ଆକାଶ ମାର୍ଗରୁ ବାଲେଶ୍ୱରର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅଦ୍ୟତନ ହୋଇଛି
Flood situation

Flood situation

Advertisment

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଦେଖାଦେଇଛି। ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ବନ୍ୟାପାଣି ଗାଁରେ ପଶିବା ଯୋଗୁ ବହୁ ଗାଁ ଜଳବନ୍ଦୀ ହୋଇଛି। 

Advertisment

ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ଯାଇଛି। ରାସ୍ତା ଉପରେ ଅଣ୍ଟାଏ ଲେଖାଏଁ ପାଣି ଚାଲୁଥିବାରୁ  ଯିବାଆସିବାରେ କରିବାରେ ଅସୁବିଧା ସୃଷ୍ଟି ହୋଇଛି।  ଜରୁରୀ ସାମଗ୍ରୀ ଆଣିବାକୁ ଲୋକେ ଡଙ୍ଗାରେ ଯାଆସ କରୁଛନ୍ତି।

ଗତକାଲି ରାତିରେ ଭୋଗରାଇ ବ୍ଲକର କୁମ୍ଭୀର ଗଡ଼ି ପଞ୍ଚାୟତର କୁହ୍ଲା ଗ୍ରାମରେ ହଠାତ୍ ବନ୍ୟା ଜଳ ଗାଁରେ ପଶି ଯାଇଥିଲା। ଲୋକେ ନିଜ ଛୁଆପିଲାଙ୍କୁ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ବନ୍ଧ ଉପରକୁ ପଳାଇଯାଇଥିଲେ। ସେଠାରେ ଲୋକେ ତମ୍ବୁ ଟାଣି ୬୦ରୁ ଅଧିକ ପରିବାର ବସବାସ କରିଛନ୍ତି। ଗତକାଲି ଜିଲ୍ଲାପାଳ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଆଜି ଆକାଶ ମାର୍ଗରୁ ବାଲେଶ୍ୱରର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଯୋଗୁ ସୁବର୍ଣ୍ଣରେଖା,ବୁଢାବଳଙ୍ଗ ଓ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଆତଙ୍କିତ ହୋଇ ପଡ଼ିଛନ୍ତି ନଦୀ କୂଳିଆ ଲୋକେ।

Balasore Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe