ରାଜ୍ୟରେ ବନ୍ୟା ପରିସ୍ଥିତି: ୧୫ ଜିଲ୍ଲାର ୧.୨୦ଲକ୍ଷ ପ୍ରଭାବିତ, ୬୮୩୪ଜଣଙ୍କୁ ସ୍ଥାନାନ୍ତର

ମହାନଦୀ ଅବବାହିକାରେ ଖଇରମାଳଠାରେ ୪.୭୨ଲକ୍ଷ କ୍ୟୁସେକ, ବରମୂଳଠାରେ ୭.୮୬ଲକ୍ଷ କ୍ୟୁସେକ ଓ ମୁଣ୍ଡୁଳିଠାରେ ୯.୧୮ଲକ୍ଷ କ୍ୟୁସେକ କଳ ପ୍ରବାହିତ ହେଉଛି ।

Temple PhotoOR

ଯାଜପୁରରେ ଏକ ମନ୍ଦିରରେ ପଶି ଯାଇଛି ପାଣି

Ordigital Desk
  • Published: Thursday, 03 August 2023
  • Updated: 03 August 2023, 09:42 PM IST

Sports

Latest News

ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେସୁଦ୍ଧା ରାଜ୍ୟରେ ୧୫ଟି ଜିଲ୍ଲାର ୯୦ଟି ବ୍ଲକର ୬୭୨ଟି ଗାଁ ଓ ୧୭ଟି ପୌରାଂଚଳର ୬୭ଟି ୱାର୍ଡ ପ୍ରଭାବିତ ହୋଇଛି । ୬୮୩୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।  ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ମହାନଦୀର ତଳମୁଣ୍ଡରେ ଜଳସ୍ତର ବଢ଼ିବାରେ ଲାଗିଛି । ଏଥିଯୋଗୁ କଟକ,ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ତଳ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦସଙ୍କେତ ଉର୍ଦ୍ଧ୍ୱରେ ଜେନାପୁରଠାରେ ପ୍ରବାହିତ ହେଉଛି । କାଣୀ ନଦୀରେ ବନ୍ଧ ଭାଙ୍ଗିଛି ଓ ଅନ୍ୟ କେଉଁଠି ବନ୍ଧ ଭାଙ୍ଗିବାର ସୂଚନା ମିଳିନି ।

ଆଜି ରାଜ୍ୟରେ ବନ୍ୟା ପରିସ୍ଥିତି ଉପରେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରାଥମିକ ସୂଚନା ଅନୁସାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ୧୫ଟି ଜିଲ୍ଲାର ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୬୮୩୪ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯାଉଛି । ୧୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲା ଯାଇଛି । ମହାନଦୀ ଅବବାହିକାରେ ଖଇରମାଳଠାରେ ୪.୭୨ଲକ୍ଷ କ୍ୟୁସେକ, ବରମୂଳଠାରେ ୭.୮୬ଲକ୍ଷ କ୍ୟୁସେକ ଓ ମୁଣ୍ଡୁଳିଠାରେ ୯.୧୮ଲକ୍ଷ କ୍ୟୁସେକ କଳ ପ୍ରବାହିତ ହେଉଛି । ଖଇରମାଳ ଓ ବରମୂଳଠାରେ ଜଳ ପ୍ରବାହ କମିବାରେ ଲାଗିଛି । ଅପରାହ୍ନ ୫ଟାଠାରେ ମୁଣ୍ଡୁଳିଠାରେ ମହାନଦୀରେ ୯.୧୮ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଅପରାହ୍ନ ୪ଟାରୁ ଜଳସ୍ତର ସ୍ଥିର ରହିଛି । ତେବେ ନରାଜଠାରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ କଟକ,ପୁରୀ,ଜଗତସିଂହପୁର,କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ସେହିପରି ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୨୩ମିଟର ଥିବାବେଳେ ଅପରାହ୍ନ ୪ଟାରୁ ଏହି ଜଳସ୍ତର ୨୨.୨୦ମିଟରରେ ସ୍ଥିର ରହିଛି । ଅପରାହ୍ନ ୩ଟା ସୁଦ୍ଧା ବାଲେଶ୍ୱରର ମଥାନିସ୍ଥିତ ଜଳକା ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଅନ୍ୟପକ୍ଷରେ ବୈତରଣୀ ନଦୀରେ ଜଳସ୍ତର ଆଖୁଆପଦାଠାରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ୧୯.୪୪ ମିଟରରେ ପ୍ରବାହିତ ହେଉଛି ଓ ଏହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସେହିପରି ଆନନ୍ଦପୁରଠାରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି । ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବା ଏସଆରସିଙ୍କ କାର୍ଯ୍ୟାଳୟ କହିଛି । ରାଜ୍ୟରେ ଜରୁରୀକାଳୀନ ଅପରେସନ୍ ସେଂଟର ଖୋଲାଯାଇ ସ୍ଥିତି ଉପରେ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।

Also Read

ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ଆଜି ସକାଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, କାଣୀ ନଦୀରେ ଛୋଟଧରଣର ବନ୍ଧ ଭାଙ୍ଗିଥିବାର ଖବର ଆସିଛି । ହେଲେ ତା’ର ମରାମତି କରାଯାଉଛି ।ଅନ୍ୟ କେଉଁଠି ନଦୀବନ୍ଧ ଭାଙ୍ଗିବାର ପରିସ୍ଥିତି ଉପୁଜି ନାହିଁ । ର‌୍ୟାରେ ବଡ଼ଧରଣର ବନ୍ୟା ହେବନି । ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଆଶଙ୍କା କରୁଛୁ । ମହାନଦୀର ତଳମୁଣ୍ଡରେ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ଆଜି ରାତି ଗୁରୁ୍‌ତ୍ୱପୂର୍ଣ୍ଣ । ନୟାଗଡ଼, କଟକ, ଜଗତସିହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି । ଜଗତସିଂହପୁର,ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସକାଳେ ବନ୍ୟା ଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ପୁରୀର କଣାସ,ଅସ୍ତରଙ୍ଗ, ଜଗତସିଂହପୁର ଜିଲ୍ଲାର ଏରସମା, କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ଶ୍ରୀ ମହାନ୍ତି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story