ବନ୍ୟା ପାଣି କମିଲା, ଦୁର୍ଦ୍ଦଶା ବଢ଼ିଲା: ୭ ମୃତ, ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ସରକାର

‘ରାଜ୍ୟର ସବୁ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗତକାଲି ଓ ଆଜି ବିଶେଷ ବର୍ଷା ହୋଇନାହିଁ।’

Flood PhotoOR

ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ପଞ୍ଚାୟତର ସାରଙ୍ଗପୁର ଗାଁରେ ବନ୍ୟାଜଳ

Ordigital Desk
  • Published: Saturday, 05 August 2023
  • Updated: 05 August 2023, 09:16 PM IST

Sports

Latest News

ଲଗାଣବର୍ଷା ଯୋଗୁ ରାଜ୍ୟରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ଓ ବନ୍ୟା ଜଳ ହ୍ରାସ ପାଉଥିଲେ ମଧ୍ୟ ଲୋକଙ୍କ ପ୍ରଭାବିତ ଅଂଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ରାଜ୍ୟର ମୋଟ ୧୫ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଗତ ୩ଦିନ ମଧ୍ୟରେ ବନ୍ୟାରେ ମୋଟ ୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସରକାର କହିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟର ସବୁ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗତକାଲି ଓ ଆଜି ବିଶେଷ ବର୍ଷା ହୋଇନାହିଁ । କେନ୍ଦ୍ରାପଡ଼ାରେ ମହାନଦୀର କିଛି ଶାଖା ନଦୀଗୁଡ଼ିକରେ ଶୁକ୍ରବାର ଅପରାହ୍ନ ସୁଦ୍ଧା ପିକ୍ ବନ୍ୟା ଜଳ ପ୍ରବାହିତ ହୋଇସାରିଛି । ବନ୍ୟା ଯୋଗୁ ଯେଭଳି କୌଣସି ନଦୀ ବନ୍ଧ ନଭାଙ୍ଗେ ସେଥିପାଇଁ ଫିଲଡ୍ ଲେଭଲ୍ କର୍ମଚାରୀମାନେ ସତର୍କ ରହିଛନ୍ତି । ଏହାବ୍ୟତୀତ ରାଜ୍ୟରେ ଆଉ ଅଧିକ ବର୍ଷା ନେଇ ପାଣିପାଗ ବିଭାଗ ମଧ୍ୟ କୌଣସି ପୂର୍ବାନୁମାନ କରିନାହାନ୍ତି । ଉତ୍ତର ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଅଂଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ତେବେ ବର୍ଷା ଜଳ ହ୍ରାସ ପାଉଥିବାରୁ ପ୍ରଭାବିତ ଅଂଚଳରେ ଜଳବାହିତ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଫିଲଡ୍ ଲେଭଲ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପରିସ୍ଥିତି ଯୋଗୁ କିଛି ଜରୁରୀ ପରିସ୍ଥିତି ଉପୁଜିଲେ ତା’ର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବିସ୍ତୃତ ଗାଇଡଲାଇନ୍ ପଠାଯାଇଛି ଓ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।

Also Read

ଉଲ୍ଲେଖଯୋଗ୍ୟ, ବନ୍ୟା ଯୋଗୁ ୧୫ଟି ଜିଲ୍ଲାର ପ୍ରାୟ ୪ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୪ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୩ଟି ଜିଲ୍ଲା ବୌଦ୍ଧ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୫ଟି ଘାଇ ହୋଇଛି । ବୌଦ୍ଧ ଜିଲ୍ଲାର କେଭିଠାରେ ମହାନଦୀରେ ୧୦୦ମିଟର ଲମ୍ବ ନଦୀ ବନ୍ଧ ଧୋଇ ଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି । ପ୍ରାରମ୍ଭିକ ଆକଳନ ଅନୁସାରେ ଏସବୁ ଜିଲ୍ଲାରେ ପ୍ରାୟ ୨ହଜାରରୁ ଅଧିକ ଘର ନଷ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story