Advertisment

FM ଛାତ୍ରୀ ମୃତ୍ୟୁ; ହାଇକୋର୍ଟ କହିଲେ ବର୍ତମାନ ସ୍ଥିତିରେ SIT ତଦନ୍ତର ଆବଶ୍ୟକତା ନାହିଁ, ବିଜେଡି ଓ କଂଗ୍ରେସକୁ ନୋଟିସ୍‌

ଆଜି ମାମଲାର ପ୍ରାରମ୍ଭିକ ଶୁଣାଣିରେ ଆଡଭୋକେଟ ଜେନେରାଲ କ୍ରାଇମବ୍ରାଞ୍ଚ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ। ଖଣ୍ଡପୀଠ ଏହାକୁ ତର୍ଜମା କରିବା ପରେ ତଦନ୍ତ ସଠିକ ଢଙ୍ଗରେ ଚାଲିଥିବାରୁ ବର୍ତମାନ ପରିପ୍ରେକ୍ଷୀରେ ଏସଆଇଟି ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଥିଲେ।

author-image
Jitendra Garnayak
Odisha High court

Odisha High Court

ବର୍ତମାନ ସ୍ଥିତିରେ ବହୁ ଚର୍ଚ୍ଚିତ ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଏସଆଇଟି ତଦନ୍ତର ଆବଶ୍ୟକତା ନାହିଁ ବୋଲି ଆଜି ହାଇକୋର୍ଟ କହିଛନ୍ତି। ଏହି ଘଟଣାରେ ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି।

Advertisment

ଏହି ମାମଲାର ତଦନ୍ତ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଏସଆଇଟି କରୁ ବୋଲି ଆବେଦନକାରୀ ଦାବି କରିଥିଲେ। ତେବେ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରଦତ୍ତ ତଦନ୍ତର ଅଗ୍ରଗତି ସମ୍ପର୍କିତ ଷ୍ଟାଟସ ରିପୋର୍ଟକୁ ତର୍ଜମା କରି ହାଇକୋର୍ଟ ସନ୍ତୋଷ ପ୍ରକାଶ କରିବା ସହ ଏସଆଇଟି ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ବିଜେଡି ଓ କଂଗ୍ରେସକୁ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ।

ଆଜି ମାମଲାର ପ୍ରାରମ୍ଭିକ ଶୁଣାଣିରେ ଆଡଭୋକେଟ ଜେନେରାଲ କ୍ରାଇମବ୍ରାଞ୍ଚ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ। ଖଣ୍ଡପୀଠ ଏହାକୁ ତର୍ଜମା କରିବା ପରେ ତଦନ୍ତ ସଠିକ ଢଙ୍ଗରେ ଚାଲିଥିବାରୁ ବର୍ତମାନ ପରିପ୍ରେକ୍ଷୀରେ ଏସଆଇଟି ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଥିଲେ।

Advertisment

ଏହି ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଓଡ଼ିଶା ବନ୍ଦ ଏବଂ ବାଲେଶ୍ୱର ବନ୍ଦ ଭଳି କାର୍ଯ୍ୟକ୍ରମ କରିବା ଦ୍ୱାରା ସାଧାରଣ ଲୋକେ ହଇରାଣ ହେଉଥିବା ଏବଂ ଆଇନାଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଆବେଦନକାରୀ ଏବଂ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏପରିକି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ପୀଡ଼ିତା ଭୁବନେଶ୍ୱର ଏମ୍ସର ଆଇସି୍ୟୁରେ ଭର୍ତ୍ତି ହୋଇଥିବା ସମୟରେ ଉଭୟ ଦଳର ଶହ ଶହ କର୍ମୀ ଏବଂ ନେତା ହସ୍ପିଟାଲ ପରିସରରେ ଆନ୍ଦୋଳନ କରିବା ବେଆଇନ ବୋଲି ଆବେଦନକାରୀ ଆଇନଜୀବୀ ଶିବ ଶଙ୍କର ମହାନ୍ତି କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହସ୍ପିଟାଲ ଭଳି ନିଶବ୍ଦ ଅଞ୍ଚଳ ପରିସରରେ ହୋହାଲ୍ଲା କରିବା ଦ୍ୱାରା ରୋଗୀସେବା ପ୍ରଭାବିତ ହେଉଛି ବୋଲି ସେ ଅଭିଯୋଗ କରିଥିଲେ। ଏସବୁକୁ ଶୁଣିବା ପରେ ଉଭୟ କଂଗ୍ରେସ ଏବଂ ବିଜେଡିକୁ ଜବାବ ଦେବାକୁ ସ୍ପେଶାଲ ମେସେଞ୍ଜର ଜରିଆରେ ନୋଟିସ ଜାରି କରିଛନ୍ତି କୋର୍ଟ। 

Odisha High Court