Advertisment

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର; ଜଗିବେ ଭୋଗର ମାନ

ତିରୁମାଳା ତିରୁପତି ବାଲାଜୀ ମନ୍ଦିରର ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆସିବା ପରେ ପୁରୀ ମନ୍ଦିରରୁ ମିଳୁଥିବା ମହାପ୍ରସାଦରେ ବ୍ୟବହୃତ ଘିଅର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଥିଲା।

undefined

Puri Temple

Advertisment

ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ଘିଅରେ ତିଆରି ହେଉଥିବା ବିବାଦ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ପୁରୀ ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟର ନିଯୁକ୍ତ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ସେ କହିଛନ୍ତି, ମହାପ୍ରଭୁଙ୍କୁ ଲାଗି ହେଉଥିବା ମହାପ୍ରସାଦ ସହ ବିଭିନ୍ନ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ୍ ଇନ୍ସପେକ୍ଟର। ଖୁବ୍‌ ଶୀଘ୍ର ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟରଙ୍କୁ ନିଯୁକ୍ତ କରାଯିବ। ଏଥିସହ ମନ୍ଦିରରେ ବ୍ୟବହୃତ ସମସ୍ତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ବି ଯାଞ୍ଚ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ।

ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରୀମନ୍ଦିରର ଘିଅର ଶୁଦ୍ଧତା ନେଇ ପ୍ରଶ୍ନ ଉଠିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କ ସହ ଆଲୋଚନା କରାଯାଇଛି। ଏନେଇ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

Advertisment

ତିରୁମାଳା ତିରୁପତି ବାଲାଜୀ ମନ୍ଦିରର ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆସିବା ପରେ ପୁରୀ ମନ୍ଦିରରୁ ମିଳୁଥିବା ମହାପ୍ରସାଦରେ ବ୍ୟବହୃତ ଘିଅର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଥିଲା। ଏନେଇ ପୁରୀ ଜିଲ୍ଲାପାଳ କହିଥିଲେ, ବିଶେଷ କରି ଘିଅ କୋଠ ଭୋଗରେ ଲାଗି ହୋଇଥାଏ। ଘିଅ ଶୁଦ୍ଧତା ନେଇ ଯଦି ପ୍ରଶ୍ନ ଉଠୁଛି, ତାହାହେଲେ ମାନ ଯାଞ୍ଚ କରାଯିବ। ଯେଉଁ ଘିଅ ମାନ ଯାଞ୍ଚ କରାଯାଇଥିବ ସେହି ଘିଅକୁ ଶ୍ରୀମନ୍ଦିରରେ ବ୍ୟବହାର କରାଯିବ। ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ।

Bjp Law Minister Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe