Advertisment

କମୁଛି ଜଳସ୍ତର, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

ଆଜିକୁ ୪ ଦିନ ଲୋକଙ୍କ ଚୁଲି ଜଳୁନି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ କଟୁଛି ବିପନ୍ନଙ୍କ ଜୀବନ। ଲୋକଙ୍କ କହିବା କଥା ପଶ୍ଚିମବଙ୍ଗର ବର୍ଷା ପାଣି ଓ ସୁବର୍ଣ୍ଣରେଖା ନଦୀର ବନ୍ୟା ସେମାନଙ୍କର ସବୁକିଛି ଉଜାଡି ଦେଇଛି।

Flood

Flood

Advertisment

ବାଲେଶ୍ୱରରେ ସୁବର୍ଣ୍ଣରେଖା ବନ୍ୟା କମିଛି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ନଦୀର ଜଳସ୍ତର କମିଥିଲେ ମଧ୍ୟ ବହୁ ଗାଁ ଗଣ୍ଡା ଏବେ ପାଣି ଘେରରେ ରହିଛି। ଭୋଗରାଇର କୁସୁଡ଼ା, ଗବଗାଁ ଓ ବାଲିଆପାଳ ବ୍ଲକର କୁଲାଚଡ, ତାଳପଦା ଭଳି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି।

Advertisment

ଆଜିକୁ ୪ ଦିନ ଲୋକଙ୍କ ଚୁଲି ଜଳୁନି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ କଟୁଛି ବିପନ୍ନଙ୍କ ଜୀବନ। ଲୋକଙ୍କ କହିବା କଥା ପଶ୍ଚିମବଙ୍ଗର ବର୍ଷା ପାଣି ଓ ସୁବର୍ଣ୍ଣରେଖା ନଦୀର ବନ୍ୟା ସେମାନଙ୍କର ସବୁକିଛି ଉଜାଡି ଦେଇଛି। ପ୍ରଶାସନ ପକ୍ଷରୁ ଯାହାକିଛି ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ।

ସେପଟେ ବାଲିଆପାଳ ବ୍ଲକର କୁଲାଚଡ, ତାଳପଦା, ବାଲିଆପାଳ ଲକ୍, ନିଖିରା, ବିଷ୍ଣୁପୁର ଗାଁ ଏବେ ମଧ୍ୟ ବନ୍ୟା ବନ୍ଦୀ। ପାଣି ଘେରରେ ଥିବା ଗାଁ ଗଣ୍ଡାରେ ବିଜୁଳି ସଂଯୋଗ ବନ୍ଦ ରହିଛି। ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ। ଘର ପାଣିରେ ବୁଡି ଥିବାରୁ ସ୍କୁଲ ଘର ପାଲଟିଛି ବିପନ୍ନଙ୍କ ଆଶ୍ରୟସ୍ଥଳୀ। ସ୍ଥିତି ଯାହା ପାଣି ଛାଡିବାକୁ ଆହୁରି ୧୦ ଦିନ ଲାଗିବ ବୋଲି ଲୋକଙ୍କ ଅନୁମାନ। ତେଣୁ ରିଲିଫ ଉପରେ ଏବେ ସମସ୍ତଙ୍କ ଭରସା। ଝାଡଖଣ୍ଡର ଚାନ୍ଦିଲ ଡ୍ୟାମରେ ମଧ୍ୟ ଜଳ ପତ୍ତନ ହ୍ରାସ ପାଇବାପରେ ମାତ୍ର ୪ଟି ଗେଟ୍ ଦେଇ ବନ୍ୟା ଜଳ ସୁବର୍ଣ୍ଣରେଖାରେ ପ୍ରବେଶ କରୁଛି।

Advertisment
Balasore Flood In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe