Minister Krushna Chandra Patra
କାର୍ତ୍ତିକ ମାସ ପଞ୍ଚୁକରେ ବି ଆକାଶଛୁଆଁ ପିଆଜ ଦର। ଗତ ୧୫ ଦିନ ଭିତରେ କିଲୋ ପିଛା ପାଖାପାଖି ୩୦ ଟଙ୍କା ବଢ଼ିଲାଣି ପିଆଜ ଦର। ଗାଁରୁ ସହର ସବୁଠି ପିଆଜ ଦର ୪୦-୫୦ ଟଙ୍କାରୁ ଆସି ୭୦ ଟଙ୍କାରେ ପହଞ୍ଚିଲାଣି। ପଞ୍ଚୁକରେ ପିଆଜ ରସୁଣର ଚାହିଦା ସେତେ ଅଧିକ ନଥିବା ସତ୍ତ୍ୱେ ଏଭଳି ଅହେତୁକ ଦରବୃଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏଭଳି ସମୟରେ ପିଆଜ ଦରରେ ଅହେତୁକ ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ‘ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି। ସେଠାରେ ୪୫ ଟଙ୍କା କେଜି ବିକ୍ରି ହେଉଛି। ଆମର ଯେହେତୁ ଉତ୍ପାଦନ ନାହିଁ, ସେଠୁ ଆସିଲେ ଏଠି ବିକ୍ରି ହେବ। ନାଫେଡ ଜରିଆରେ ପିଆଜ କେଜି ପିଛା ୩୦ ଟଙ୍କା ବିକ୍ରି କରିବାକୁ କୁହାଯାଇଛି।’
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ଗ୍ରାହକଙ୍କ ଚାହିଦା ପୂରଣ କରିବାକୁ ବାର୍ଷିକ ପ୍ରାୟ ୫ ଲକ୍ଷ ମେଟ୍ରିକ ଟନ ପିଆଜ ଦରକାର ପଡ଼େ। ମାସକୁ ହାରାହାରି ୪୦ ହଜାର ଟନ୍ରୁ ଅଧିକ ପିଆଜ ଖାଇଥାନ୍ତି ଓଡ଼ିଶାବାସୀ। ଆବଶ୍ୟକତା ଅନୁପାତରେ ଓଡ଼ିଶାରେ ପିଆଜ ଉତ୍ପାଦନ ବହୁତ କମ। । ଓଡ଼ିଶାରେ ବାର୍ଷିକ ୬୦ ହଜାର ଟନ୍ ପିଆଜ ଅମଳ କରାଯାଉଛି। କିନ୍ତୁ ଏହା ଦୁଇମାସକୁ ବି ନିଅଣ୍ଟ। ଏଭଳି ସ୍ଥିତିରେ ପିଆଜ ପାଇଁ ଓଡ଼ିଶା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଉପରେ ଯଥେଷ୍ଟ ନିର୍ଭରଶୀଳ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us