Advertisment

ଧାନର ମାନ ଖରାପ ଥିଲେ ବି କିଣିବେ ସରକାର; ଫସଲ ନଷ୍ଟ ପାଇଁ ମିଳିବ କ୍ଷତିପୂରଣ

ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଚାଷୀଙ୍କୁ ଅଧିକ ସମୟ ଦିଆଯିବ। ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ।

Paddy Farmer

Paddy Farmer

Advertisment

ଧାନର ମାନ ଖରାପ ଥିଲେ ବି କିଣିବେ ରାଜ୍ୟ ସରକାର। ବର୍ଷା ପାଇଁ କ୍ୱାଲିଟି ଟିକେ କମିଯାଇଥିବାରୁ ଚିନ୍ତାରେ ଅଛନ୍ତି ଚାଷୀ। ହେଲେ ସବୁ କୃଷକଙ୍କ ଧାନ କିଣାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଟୋକନ ଲାପ୍ସ କଲେ ଚାଷୀଙ୍କୁ ଦିଆଯିବ ଅଧିକ ୧୫ ଦିନ ମହଲତ। ଓଦା ଧାନ ଶୁଖେଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ।

Advertisment

ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି। କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବନି। ବର୍ଷାରେ ଯାହାର ଧାନ କ୍ଷତି ହୋଇଛି ଆକଳନ କରି ଉଚିତ ମୂଲ୍ୟ ଦିଆଯିବ। ଏ ପର୍ଯ୍ୟନ୍ତ ବିକ୍ରି ହେଲାଣି ସାଢେ ସାତ ଲକ୍ଷ ମେଟ୍ରିକ ଟନ ଧାନ। ଦେଢ ଲକ୍ଷ କୃଷକଙ୍କ ଆକାଉଣ୍ଟଙ୍କୁ ସିଧା ଟଙ୍କା ଯାଇଛି। ୨୧ ଶହ କୋଟି ଟଙ୍କା ଦିଆଯାଇଥିବା ବେଳେ ଗୋଟିଏ ବି ଅଭିଯୋଗ ଏପର୍ଯ୍ୟନ୍ତ ଆସିନି ବୋଲି କହିଛନ୍ତି ମନ୍ତ୍ରୀ। 

ଅନ୍ୟପଟେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ, ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ। ନଷ୍ଟ ଧାନ କିପରି ବିକିବୁ ଏବଂ ଏହା ସହ କ୍ଷତିପୂରଣ ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ। ସେ କହିଛନ୍ତି ଯେ ଯାହା ନିୟମ ଅଛି ସେହି ଅନୁସାରେ କ୍ଷତିପୂରଣ ଦିଆଯିବ। ସରକାର ଚାଷୀଙ୍କ ଭିତରେ ସହାଭାଗିତା ଦରକାର। ଜିଲ୍ଲା ପ୍ରଶାସନ ମଧ୍ୟ ସହାୟତା କରିବ। ଚାଷୀ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ, ସରକାର ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ। 

Advertisment
Bjp Krushna Chandra Patra Suresh Pujari Food Supply Minister Revenue Minister Paddy Procurement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe