Advertisment

ପ୍ରଥମ କରି ରାଜ୍ୟରେ ହାତୀ ଶରୀରରେ ଲାଗିଲା ରେଡିଓ କଲାର

ହାତୀ-ମଣିଷ ସଂଘର୍ଷ ରୋକିବାକୁ ହାତୀ ଶରୀରରେ ଲାଗିଲା ରେଡିଓ କଲାର

elephant

elephant

Advertisment

ହାତୀ-ମଣିଷ ସଂଘର୍ଷ ରୋକିବାକୁ ହାତୀ ଶରୀରରେ ଲାଗିଲା ରେଡିଓ କଲାର। ହାତୀ ଗତିବିଧି ଉପରେ ନଜର ରଖିବାକୁ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଦନ୍ତାହାତୀ ଶରୀରରେ ଖଞ୍ଜାଗଲା ରେଡିଓ କଲାର।

Advertisment

ଅନୁଗୁଳ ଫରେଷ୍ଟ ଡିଭିଜନ ଛେଣ୍ଡିପଦା ରେଞ୍ଜର ଏକ ଆହତ ଦନ୍ତାହାତୀ ଉପରେ ସଫଳତାର ସହ ଏହି ରେଡିଓ କଲାର ଲଗାଯାଇଛି। ଏହା ଜରିଆରେ ସାଟେଲାଇଟ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖାଯାଇ ପାରୁଛି। ଆଗାମୀ ଦିନରେ ରେଡିଓ କଲାର ଲଗାଯାଇ ରାଜ୍ୟର ଅନ୍ୟ ସମସ୍ୟା ସୃଷ୍ଟିକାରୀ ହାତୀ ପଲ ଉପରେ ନଜର ରଖାଯିବା ସହ ହାତୀ- ମଣିଷ ସଂଘର୍ଷ ରୋକିବାକୁ ପ୍ରୟାସ କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe